ଗଛ ବି ଯନ୍ତ୍ରଣାରେ ଚିତ୍କାର କରେ

ଗଛ ବି ଯନ୍ତ୍ରଣାରେ ଚିତ୍କାର କରେ

ଭୁବନେଶ୍ୱର:

ମଣିଷଙ୍କ ଭଳି ଗଛକୁ ମଧ୍ୟ ଯନ୍ତ୍ରଣା ହୁଏ | ଏପରିକି ଅବସାଦ ଭିତରେ ସେମାନେ କାନ୍ଦନ୍ତି ଓ ପାଟି କରନ୍ତି | ଯଦିଓ ଏକଥା ବିଶ୍ୱାସ କରିବା ସହଜ ନୁହେଁ, ତଥାପି ଏହା ସମ୍ପୂର୍ଣ ସତ | ଏବେ ଏକ ଗବେଷଣାରୁ ଜଣାପଡିଛି, ଗଛ ଅବସାଦ ଦେଇ ଗତି କଲେ ପାଟି କରନ୍ତି ଓ ଦୁଃଖକଷ୍ଟରେ ଥିଲେ କାନ୍ଦନ୍ତି | ଇସ୍ରାଏଲର ତେଲଅଵିଦ ବିଶ୍ୱବିଦ୍ୟାଳୟର ୩୦ ଜଣ ଗବେଷକ ଜାଣିବାକୁ ପାଇଛନ୍ତି, ଅବସାଦ ସମୟରେ ଗଛ ଏକ ବେଶେଷ ପ୍ରକାର ଶବ୍ଦ ସୃଷ୍ଟି କରନ୍ତି | ସେହିପରି ସେମାନଙ୍କର ଶବ୍ଦ ବା ଧ୍ୱନିକୁ ମଧ୍ୟ ସେମାନେ ରେକର୍ଡ କରିଛନ୍ତି | ଅବଶ୍ୟ ସେମାନଙ୍କ ଶବ୍ଦକୁ ମଣିଷ ପକ୍ଷେ ଶୁଣିବା ସହଜ ନ ଥିବା ବେଳେ ଗଛରୁ ବାହାରୁଥିବା ଧ୍ୱନି ମୂଷା ଭଳି ଯିବା ୫ ମିଟର ଦୂରତ୍ୱରେ ରହି ଶୁଣିପାରନ୍ତି | ଟମାଟୋ ଓ ଅନ୍ୟ କିଛି ଗଛ ଉପରେ ଏହି ଗବେଷଣା କରାଯାଇଛି | ଅବସାଦଗ୍ରସ୍ତ ଏହି ଗଛ ବାୟୁଜନିତ ଧ୍ୱନି ନିର୍ଗତ କରନ୍ତି, ଯାହାକୁ ଦୂରରୁ ରେକର୍ଡ କରାଯିବ ସହ ଶ୍ରେଣୀଭୁକ୍ତ କରିବା ସମ୍ଭବ | ଗବେଷକମାନେ ଏହି ଗଛଗୁଡିକରୁ ବାହାରୁଥିବା ଅଲଟ୍ରାସୋନିକ ଭାଇବ୍ରେସନ ଶବ୍ଦକୁ ରେକର୍ଡ କରିଛନ୍ତି |

ସେହିପରି ଗବେଷଣା ପ୍ରାରମ୍ଭ ପୂର୍ବରୁ ଗଛକୁ ଭିନ୍ନ ଭିନ୍ନ ସ୍ତିତିରେ ରଖାଯାଇଥିଲା | କିଛି ଗଛରେ ପାଞ୍ଚ ଦିନରୁ ପାଣି ଦିଆଯାଇ ନଥିବା ବେଳେ ଆଉ କାହାକୁ ସୂର୍ଯ୍ୟକିରଣ ସଂସ୍ପଶରେ ଆସିବାକୁ ଦିଆଯାଇନଥିଲା | ଏପରିକି କିଛି ଗଛର କିଛି ଅଂଶକୁ କାଟି ଦିଆଯାଇଥିଲା | ଏହା ପରେ ଗଛ ସବୁକୁ ସାଉଣ୍ଡଫ୍ରୁଫ୍ କୋଠରିରେ ରଖାଯାଇଥିଲା | ଗଛର ଶବ୍ଦକୁ ରେକର୍ଡ କରିବା ପାଇଁ ୨୦-୨୫୦ କିଲୋହର୍ଜ ଅଲଟ୍ରାସୋନିକ ମାଇକ୍ରୋଫୋନ ଲଗାଯାଇଥିଲା | ଏହି ସମୟରେ ଗଛଗୁଡ଼ିକ ୪୦-୮୦ କିଲୋହର୍ଜ ଫ୍ରୀକ୍ୱେନ୍ସିର ଶବ୍ଦ ସୃଷ୍ଟି କରିଥିଲେ | ସେହିପରି ଯେଉଁ ଗଛ ସାଧାରଣ ଅବସ୍ଥାରେ ଥିଲେ, ସେମାନେ ପ୍ରତି ଘଣ୍ଟାରେ ଏକରୁ କମ ଫ୍ରୀକ୍ୱେନ୍ସିର ଶବ୍ଦ ସୃଷ୍ଟି କରିଥିଲେ | ମାତ୍ର ଯେଉଁ ଗଛକୁ ସୂର୍ଯ୍ୟକିରଣ କି ଜଳ ମିଳି ନ ଥିଲା, ସେମାନେ ପ୍ରତି ଘଣ୍ଟାରେ ଡଜନରୁ ଅଧିକ ଥର ଶବ୍ଦ ସୃଷ୍ଟି କରିଥିଲେ | ଗବେଷକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଉପଯୋଗ କରି ଉକ୍ତ ରେକର୍ଡ଼ିଂକୁ ଅନୁଧ୍ୟାନ କରିଥିଲେ | ଏହା ଦୁଆର ହିଁ ଗଛରେ ଭିନ୍ନ ଭିନ୍ନ ଶବ୍ଦକୁ ସେମାନେ ବୁଝିବାକୁ ଚେଷ୍ଟା କରିଥିଲେ | ଅନ୍ୟପଟେ ଏହି ଗବେଷଣା ଏକ ପ୍ରକାର ସ୍ପଷ୍ଟ କରିଛି ଯେ, ଆମ ଆଖପାଖ ପରିବେଶ ଗଛର ଶବ୍ଦରେ ହିଁ ପରିପୂର୍ଣ୍ଣ |

author

Related Articles

Leave a Reply

Your email address will not be published. Required fields are marked *