ଗଜପତି ପରେ ଏବେ ନୂଆପଡାରେ ବାଘ ଆତଙ୍କ

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଗଡଗଡା ଅଞ୍ଚଳରେ ବାଘ ଆତଙ୍କ । ଜିଲ୍ଲା ଉଦ୍ୟାନ ବିଭାଗର କର୍ମଚାରୀ ସୁନାବେଡାର ଏକ ତାଲିମ ଶିବିରରୁ ଫେରୁଥିବା ବେଳେ ସେମାନଙ୍କ କ୍ୟାମେରାରେ ବାଘଟି କଏଦ ହୋଇଛି । ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା । ତେବେ ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।


ଅନ୍ୟପଟେ ଗଜପତି ଜିଲ୍ଲାରେ ମଧ୍ୟ ବାଘ ବୁଲୁଥିବା କିଛି ଦିନ ପୂର୍ବରୁ ଦେଖାଯାଇଥିଲା । ମୋହନା ବ୍ଲକ ମଳାସପଦର ପଞ୍ଚାୟତରେ ବାଘକୁ ନେଇ ଲୋକେ ଭୟଭୀତ ମଧ୍ୟ ଥିଲେ । ଡିମ୍ବିରିପଙ୍କାଳ ଗାଁ ନିକଟରେ କିଛି ଲୋକ ବାଘକୁ ଦେଖିଥିଲେ । ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହା ମଧ୍ୟ ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି। ତେବେ ଏହି ଦୁଇଟି ସ୍ଥାନର ବାଘ ଅଲଗା ଅଲଗା ନା ସେହି ଗୋଟିଏ ବାଘ । ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

author

Related Articles

Leave a Reply

Your email address will not be published. Required fields are marked *