ଗଞ୍ଜାମରେ ପଶିଲେ ବିଜେଡି ଟିମ୍‌…

ଗଞ୍ଜାମରେ ପଶିଲେ ବିଜେଡି ଟିମ୍‌…

ଗୋପାଳପୁର ସମୁଦ୍ର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡ଼ିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କ କାର‌୍ୟ୍ୟାଳୟରେ ପହଞ୍ଚି ଏସପିଙ୍କୁ ସାକ୍ଷାତ କରିଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏଭଳି ଗଣଦୁଷ୍କର୍ମ ଘଟଣା ଏକ ମାସରେ ଦୁଇ ଦୁଇଟି ହୋଇଗଲାଣି । ତେଣୁ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପର‌୍ୟ୍ୟସ୍ତ ହୋଇପଡିଛି । ବିଜେପି ସରକାର ସମୟରେ ଦୁବୃର୍ତ୍ତ ମାନେ ଏଭଳି ଅପରାଧିକ ଘଟଣା ଘଟାଇବା ନିମନ୍ତେ ସାହାସ ପାଇଛନ୍ତି । ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରାଯାଉନଥିବା ଯୋଗୁଁ ଅପରାଧି ମାନେ ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣା ଘଟାଉଛନ୍ତି । ତେଣୁ ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଅପରାଧି ମାନଙ୍କ ପ୍ରତି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଗଲେ ହିଁ ଅପରାଧକୁ ରୋକାଯାଇପାରିବ । ଏହି ଅପରାଧ ବନ୍ଦ ନ ହେଲେ ଆଗାମୀ ଦିନରେ ବିଜେଡ଼ି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେଡ଼ିର ପ୍ରତିନିଧି ମାନେ । ଏନେଇ ବ୍ରହ୍ମପୁର ଏସପିଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଛି ଜିଲ୍ଲା ବିଜେଡ଼ି । ଏହି କାର‌୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କବିସୂର‌୍ୟ୍ୟନଗରର ପୂର୍ବତନ ବିଧାୟକ ଲତିକା ପ୍ରଧାନ, ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *