ଗଞ୍ଜାମରେ ବଢୁଛି ବେଆଇନ ମଦ କାରବାର…

ଗଞ୍ଜାମରେ ବଢୁଛି ବେଆଇନ ମଦ କାରବାର…

ଗଂଜାମ ଜିଲ୍ଲାର ଗଳି କନ୍ଦିରେ ଚାଲିଛି ବେଅ।ଇନ ମଦ କାରବାର । ମୋତେ ଯେତେ ମାଠୁଛୁ ମାଠେ ସେଇ ଦରପୋଡା କାଠେ ନାମରେ ଚାଲିଛି ବେଅ।ଇନ ମଦ କାରବାର । କିଚି ବର୍ଷର ବ୍ୟବଧାନରେ ମଧ୍ୟ ମଦ ପିଇ ଅନେକ ମରୁଛନ୍ତି । ତଥାପି ଚେତା ପଶୁନାହିଁ ଅବକାରି ବିଭାଗର କି ଜିଲ୍ଲା ପ୍ରଶାସନର । କେବଳ ଚାନ୍ଦା ନେବାରେ ଲାଗିପଡିଛି ଅବକାରୀ ବିଭାଗ । ବିଶେଷ କରି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ଓ ବେଗୁନିଅ।ପଡା ଅଂଚଳରେ ଚାଲିଛି ବେଧଡକ ଚୋରା ମଦ କାରବାର । ଏହି ଦୁଇ ଥାନା ଇଲାକାର ବିଭିନ୍ନ ଗାଁ ଗହଳିରେ ବେଅ।ଇନ ମଦ ପ୍ରସ୍ତୁତ କରାଯାଇ ବେଧଡକ ଭାବେ ମଦ ବିକ୍ରି କରାଯାଉଥିବାର ଅଭିଯୋଗ ହେଉଥିବା ବେଳେ ବିଭିନ୍ନ ବିଷାକ୍ତ ପଦାର୍ଥ ସାଙ୍ଗକୁ ନିଶା ବଢିବା ପାଇଁ ଚେରମୁଳି କୁ ମଧ୍ୟ ବ୍ୟବହାର କରାଯାଉଛି । ଏମିତି କି ଏହି ଦୁଇ ଥାନା ଇଲାକାର ଅଙ୍ଗାରଗାଁ , ସୁମଣ୍ଡଳ , ତାଳସର , ଏସ ଛଚିନା , ମୁଣ୍ଡଳା , ଖଇରଖମା ଚୁଙ୍ଗିଡିଘାଇ ଭଳି ଗ୍ରାମରେ ବେଅ।ଇନ ମଦ କାରବାର ଚାଲୁଥିଲେ ମଧ୍ୟ ଏହାକୁ ରୋକିବାରେ ବିଫଳ ହୋଇଛି ଅବକାରି ବିଭାଗ ଓ ପୋଲିସ ପ୍ରଶାସନ । ଏଠାକାର ଅବକାରି ବିଭାଗ ଓ ପୋଲିସ ପ୍ରଶାସନ ଏହି ଗାଁ ଗୁଡିକରେ ଚଢାଉ କରିଲେ ଅନେକ ବିନା ଲାଇସେନ୍ସ ପ୍ରାପ୍ତ ମଦ ଭାଟିକୁ ଠାବ କରିବାରେ ସଫଳ ହୋଇପାରିବ ବୋଲି କୁହାଯାଉଥିବା ବେଳେ ଅବାକାରି ବିଭାଗର କାର୍ଯ୍ୟ ଦକ୍ଷତା କୁ ନେଇ ଏବେ ଉଠିଛି ବିରାଟ ପ୍ରଶ୍ନ । ତଥାପି କୋଦଳା ଓ ବେଗୁନିଅ।ପଡା ଅଂଚଳରେ ଚାଲିଥିବା ବେଅ।ଇନ ଚୋରାମଦ କାରବାର କୁ ରୋକାଯିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଅଛି ।

author

Related Articles

Leave a Reply

Your email address will not be published. Required fields are marked *