ଗଡିବ ଲକ୍ଷ୍ମୀ

ଗଡିବ ଲକ୍ଷ୍ମୀ


ରାଜ୍ୟ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀ ଏକ୍ସପ୍ରେସ ଆରମ୍ଭ କରିଛନ୍ତି । ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ମାଧ୍ୟମରେ ସମସ୍ତ ଗାଁ, ବ୍ଲକ, ଜିଲ୍ଲା, ରାଜ୍ୟର ପ୍ରମୁଖ ସହର, ଅର୍ଥନୈତିକ ପେଣ୍ଠସ୍ଥଳକୁ ବସ୍ ଯୋଗେ ସଂଯୋଗ କରାଯିବ । ସରକାର ହଜାରେ ବସ କିଣିବେ ୩ବର୍ଷରେ ଏ ବିବାଦକୁ ୩,୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ସାରା ରାଜ୍ୟରେ ଏହି ଲକ୍ଷ୍ମୀ ବସ୍ ଚାଲିବ । ଯାହାର ଅବଧି ୧୦ବର୍ଷ ଯାଏ ରହିବ । ୨୩-୨୪ ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କାର ପ୍ରଥମ ବଜେଟ ମିଳିଥିଲା । ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ୱର କିମ୍ବା ପୁରୀକୁ ଯୋଗାଯୋଗ ସୁବିଧା ରହିବ । ସରକାରୀଙ୍କ ପକ୍ଷରୁ ଏହି ଯାତ୍ରା ଓ ସାମଗ୍ରୀର ସ୍ଥାୟୀ, ସୁଲଭ, ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ଯୋଗାଇ ଦିଆଯିବ । ଏହି ଯୋଜନାରେ ମହିଳାଙ୍କୁ ସଶକ୍ତକରିବା ମୁଖ୍ୟ ଲକ୍ଷ ରହିବ । ମିଶନ ଶକ୍ତିର ମହିଳାଙ୍କୁ ଅଂଶଗ୍ରହଣ କରିବେ । କୃଷିଜାତ ଦ୍ରବ୍ୟକୁ ସେମାନଙ୍କ ଉତ୍ପାଦନ ସ୍ଥଳରୁ ଉପଯୁକ୍ତ ସ୍ଥାନକୁ ଉନ୍ନତ ପରିବହନ ଦ୍ୱାରା ପହଂଚାଇବା ସହଜ ହେବ ।

author

Related Articles

Leave a Reply

Your email address will not be published. Required fields are marked *