ଗଡିଲା ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଗଡିଲା ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ପୁଣି ଆଜି ରାଜ୍ୟରେ ଗଡିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିସି ଯୋଗେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଏହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ୧୧ଟି ରାଜ୍ୟ ଦେଇ ଯା’ଆସ କରିବ।
ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ବନ୍ଦେ ଭାରତ ଏକ୍ସପ୍ରେସରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କଲେଣି। ବନ୍ଦେ ଭାରତ ଟ୍ରେନ୍ ନୂଆ ଉତ୍ସାହର ପ୍ରତୀକ। ବନ୍ଦେ ଭାରତ ଟ୍ରେନ୍ ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଯୋଡ଼ିବ। ବନ୍ଦେ ଭାରତ ଗଡିଥିବାକୁ ନେଇ ଯାତ୍ରୀ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *