ସାମ୍ନାକୁ ଆସିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଚମକାଇଲା ଭଳି ବୟାନ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତୀୟ ଜନତା ପାର୍ଟି 2024 ସାଧାରଣ ନିର୍ବାଚନରେ ଓଡିଶାରେ 15ଟି ଆସନରୁ କମ୍ ଜିତିବ ନାହିଁ । 2014ରେ ବିଜେପି ଲୋକସଭାରେ 22 ପ୍ରତିଶତ ଭୋଟ ପାଇଥିଲା । କିନ୍ତୁ ୨୦୧୯ ବେଳକୁ ବିଜେପିର ଆସନ ଓ ଭୋଟ୍ ଉଭୟ ବଢ଼ିଥିଲା । ୮ଟି ଲୋକସଭା ଆସନ ବିଜୟ ସହ ୩୮ପ୍ରତିଶତ ଭୋଟ୍ ପାଇଥିଲା । ଓଡ଼ିଶାରେ ରାଜନୈତିକ ଚେହେରା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସର୍ବାଧିକ ରହିଛି ଏବଂ ବିଜେପି ଆଗାମୀ ନିର୍ବାଚନରେ ଲୋକଙ୍କ ଭରସା ଜିତି ଲକ୍ଷ୍ୟ ହାସଲରେ ସମର୍ଥ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
