ଗଣେଶଙ୍କ ଆଶୀର୍ବାଦ ନେଲେ, ନୂଆ ଗେମ୍ ଖେଳିଲେ ନବୀନ…

ଗଣେଶଙ୍କ ଆଶୀର୍ବାଦ ନେଲେ, ନୂଆ ଗେମ୍ ଖେଳିଲେ ନବୀନ…

ମଇଦାନରେ ପୁଣି ଆକ୍ଟିଭ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରଥଯାତ୍ରା ପରେ ଗଣେଶ ଚତୁର୍ଥୀରେ ବି ଦେଖିବାକୁ ମିଳିଛି ନବୀନଙ୍କ ନୂଆ ରୂପ । ହଁ ଆଜ୍ଞା, ବିରୋଧୀ ଦଳରେ ବସିବା ଦିନଠାରୁ ନବୀନଙ୍କ ଗୋଟିଏ ପରେ ଗୋଟିଏ ନୂଆ ରୂପ ଦେଖିବାକୁ ମିଳୁଛି । ଦୀର୍ଘ ୨୪ ବର୍ଷ ଧରି ନବୀନ ଯାହା କରିନଥିଲେ ଏବେ ସେ ସବୁ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଚଳିତ ବର୍ଷ ଗଣେଶ ପୂଜାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ । ଏବଂ ସାଧାରଣ ଲୋକଙ୍କ ସହ ମିଶିଥିଲେ । ଦୀର୍ଘ ୨୪ ବର୍ଷ ଧରି ଯାହାଙ୍କ ଝଲକ ଟିକେ ଦେଖିବାକୁ ରାଜ୍ୟବାସୀ ଚାହିଁ ରହିଥିଲେ ଏବେ ସେ ନିଜେ ଆସି ଲୋକଙ୍କୁ ଭେଟୁଥିବାରୁ ଏହା ସାଧାରଣ ଜନତାଙ୍କୁ ମଧ୍ୟ ବେଶ୍ ଖୁସି ଦେଇଛି । କିନ୍ତୁ ନବୀନଙ୍କ ଏହି ବୁଲିବା ପଛରେ ବି ଅନେକ ରହସ୍ୟ ରହିଛି । ଏବଂ ଏହା ନବୀନଙ୍କ ଏକ ରଣନୀତି ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । କାହିଁକି ନା ନିର୍ବାଚନ ପୂର୍ବରୁ ଯେପରି ନେତାମାନଙ୍କର ଦଳ ଡିଆଁ ପର୍ବ ଅନୁଷ୍ଠିତ ହେଉଥିଲା । ନିର୍ବାଚନ ପରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଖାସ କରି ବିରୋଧୀ ବିଜେଡିର ନେତାମାନେ ଜଣଙ୍କ ପରେ ଜଣେ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । ଏପରିକି କିଛି କିଛି ନେତା ବିଜେପି ଲିଙ୍କରେ ଥିବା ଏବଂ ପଦ୍ମ ଶିବିରକୁ ଯିବା ପାଇଁ ମଉକା ଖୋଜୁଥିବା ଚର୍ଚ୍ଚା ହେଉଛି । ଯାହାକୁ ଦୃଷ୍ଟିରେ ରଖି ଏବେ ନବୀନ ପୁଣି ଆକ୍ଟିଭ ହୋଇଛନ୍ତି । ଅନ୍ୟ ନେତାଙ୍କ ଉପରେ ଭରସା ନକରି ବିଜେଡିର ସ୍ଥିତିକୁ ପୂର୍ବପରି ବଜାୟ ରଖିବା ପାଇଁ ନିଜେ ମଇଦାନକୁ ଓହ୍ଲାଇଛନ୍ତି । ଆଉ ଏଥିପାଇଁ ଦୀର୍ଘ୨୪ ବର୍ଷ ଧରି ଯାହା କରିନଥିଲେ ଏବେ ତାହା କରୁଥିବା ଦେଖିବାକୁ ମିଳିଛି । ଏବଂ ନବୀନଙ୍କ ଏହି ପଦକ୍ଷେପ ବିଜେଡି ପାଇଁ ଏକମାତ୍ର ବିକଳ୍ପ ବୋଲି ରାଜନୈତିକ ମତଦାତା ମତପ୍ରକାଶ କରୁଛନ୍ତି ।ତେବେ ନବୀନଙ୍କ ଏହି ଯୋଜନା ବିଜେଡିକୁ କେତେ ଲାଭ ଦେଉଛି ଏବଂ ବିଜେପି ବିରୁଦ୍ଧରେ କେତେ ପ୍ରଭାବକାରୀ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *