ଗଣେଶ ଚତୁର୍ଥୀ ରେ ହେବ ନୂଆ ସଂସଦ ଭବନ ର ଉଦଘାଟନ

ଗଣେଶ ଚତୁର୍ଥୀ ରେ ହେବ ନୂଆ ସଂସଦ ଭବନ ର ଉଦଘାଟନ

ଚଳିତ ବର୍ଷ ଗଣେଶ ଚତୁର୍ଥୀ ଦିନ ନୂଆ ସଂସଦ ଭବନ ର ଉଦଘାଟନ ହେବ I କେନ୍ଦ୍ର ସରକାର ଙ୍କ ତରଫରୁ ସେପ୍ଟେମ୍ବର ୧୮ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଯେଉଁ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ତାହା ଏହି ନୂତନ ସଂସଦ ଭବନ ରେ ଅନୁଷ୍ଠିତ ହେବ I ୧୮ ତାରିଖର ବୈଠକ ପୁରୁଣା ସଂସଦ ଗୃହରେ ଅନୁଷ୍ଠିତ ହେବ । ମାତ୍ର ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟ ଦିବସ ନୂଆ ସଂସଦରେ ଅନୁଷ୍ଠିତ ହେବ । ଅନୁମାନ କରାଯାଉଛି କି ଏହି ସ୍ୱତନ୍ତ୍ର ଅଧିବେଶନ ରେ ସରକାର ଗୁରୁତ୍ୱପୂର୍ଣ୍ଣ ବିଲ ଆଣିବା ସହ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ବିଲ ଉପସ୍ଥାପନ କରିପାରନ୍ତି I ସେପେଟ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ର ସରକାର ଲୋକସଭା ,ରାଜ୍ୟ ବିଧାନସଭା ,ପଞ୍ଚାୟତ ଓ ନଗରପାଳିକା ନିର୍ବାଚନ କୁ ଦୃଷ୍ଟିରେ ରଖି ଏକ ୮ ଜଣିଆ ଟିମ ଗଠନ କରିଛନ୍ତି I ଏଥିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟକ୍ଷ ଭାବେ ରହିଛନ୍ତି ।ଏଥିରେ ଗୃହମନ୍ତ୍ରୀ ଅମିତ୍ ଶାହା, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘାବାଲ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି । ଏହା ପୂର୍ବରୁ ଏହି ପ୍ରସଙ୍ଗରେ ଆଇନମନ୍ତ୍ରାଳୟର ଉଚ୍ଚ ଅଧିକାରୀମାନେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *