ଗଣେଶ ପୂଜାରେ କୁନି କୁନି ପିଲାଙ୍କ ନୃତ୍ୟ ପରିବେଷଣ

ଗଣେଶ ପୂଜାରେ କୁନି କୁନି ପିଲାଙ୍କ ନୃତ୍ୟ ପରିବେଷଣ

ଗଣେଶ ପୂଜା କମିଟି ଏବଂ ଆଭାସ କ୍ଳବ ମିଳିତ ଆନୁକୂଲ୍ୟରେ ଗଣେଶ ପୂଜା ଉପଲକ୍ଷେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଯାଇଛି ! ଏହି କାର‌୍ୟ୍ୟକ୍ରମ ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ଚନ୍ଦ୍ର ପଟନାୟକ, ବରିଷ୍ଠ ନାଗରିକ ସନ୍ତୋଷ ମହାପାତ୍ର ଓ ଆଭାସ କ୍ଳବ ସଭାପତି ଦେବୀ ପ୍ରସାଦ ପଟନାୟକ ଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ ! ଏହି ପ୍ରତିଯୋଗିତା ରେ ଅନେକ ନୃତ୍ୟ ଗ୍ରୁପ ଅଂଶ ଗ୍ରହଣ କରିଥିବା ବେଳେ ଏମ. ଏମ ଗ୍ରୁପ କୁ ପ୍ରଥମ ସ୍ଥାନରେ ଅଳଙ୍କୃତ କରାଯାଇଛି ! ଏହା ସହ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିଶୁ କଳାକାର ଙ୍କୁ ପୁରସୃତ କରାଯାଇଛି ! ଉକ୍ତ କାର‌୍ୟ୍ୟକ୍ରମ ରେ ଜୂମ ଇଣ୍ଡିଆ ୨୦୧୯ ର ବିଜେତା ତଥା ଲୋକ ନକଲି କଥା ଅସଲି କଳାକାର ଓ ଆଲ ଇଣ୍ଡିଆ ମୋର୍ଡେନ ଡାନ୍ସ ଫାଷ୍ଟ ରନେର ଶୁଭ ଦାସ ଜର୍ଜ ଥିବାବେଳେ, ଓଲିଉଡ଼ କୋରିଓଗ୍ରାଫର ରଶ୍ମିତା ମୁନି ଓ ଡାନ୍ସ ମାଷ୍ଟର ରଂଜିତ କୁମାର ଦାସ ସମୂହ ଅତିଥି ରୂପେ ରହି ନିଜର କାର‌୍ୟ୍ୟ ତୁଲାଇ ଥିଲେ ! ଏହି କାର‌୍ୟ୍ୟକ୍ରମ କୁ ଯୁବ ଆଇନଜୀବୀ ପ୍ରଦୀପ୍ତ କୁମାର ପଟନାୟକ, ମିହିର କୁମାର ମିଶ୍ର, ବିଶ୍ୱଜିତ ପଟନାୟକ ସମେତ କରଣ ସାହି ଯୁବ ଗୋଷ୍ଠିର ସମସ୍ତ ସଦସ୍ୟ ଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା !
ରିପୋର୍ଟ- ଗଞ୍ଜାମ ଜିଲ୍ଲାରୁ ସିପ୍ରା ପଟନାୟକ

author

Related Articles

Leave a Reply

Your email address will not be published. Required fields are marked *