ସରିଆସୁଛି ଭାରତୀୟ ଜନତା ପାର୍ଟିର ଦିନ କାଳ । ବିଜେପିର ତୁଙ୍ଗ ନେତାଙ୍କ ବୟାନରେ ହଁ ମିଶାଇଲେ ବିଜେଡି ବିଧାୟକ । ବିରୋଧି ଦଳରେ ଥାଇ ମଧ୍ୟ ବଢିବାରେ ଲାଗିଛି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ । ଓଡିଶାରେ 24 ବର୍ଷର ସରକାରକୁ କ୍ଷମତାରୁ ହଟାଇ ଭାରତୀୟ ଜନତା ପାର୍ଟି ସରକାର ଗଢିଛି ସତ କିନ୍ତୁ ଓଡିଶାର ସାଧାରଣ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ବିଜେପି ଅଭିଯୋଗ କରୁଛି ବିଜୁ ଜନତା ଦଳ । ଯାହାକୁ ପ୍ରମାଣ କରିବା ପାଇଁ ଲାଗିପଡିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ଏବେ ବି ନିଜ ପୂର୍ବ ଫର୍ମରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିତି ନବୀନ ନିବାସରେ ନବୀନଙ୍କୁ ଭେଟିବା ପାଇଁ ଲୋକଙ୍କ ଭିଡ ଜମୁଛି । ହାରିଯାଇଥିଲେ ମଧ୍ୟ ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଯେତିକି ଲୋକପ୍ରିୟ ହେବା କଥା ତାଠାରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି ନବୀନ । ଚର୍ଚ୍ଚା ହେୁଛି କି ହାରିବା ପରେ ହିଁ ନବୀନଙ୍କୁ ଲୋକେ ଅଧିକା ପସନ୍ଦ କରୁଛନ୍ତି । ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯଦି ବର୍ତ୍ତମାନ ରାଜ୍ୟରେ ପୁଣିଥରେ ନିର୍ବାଚନ କରାହୁଏ ବିଜେଡି ଶତପ୍ରତିଶତ ଜିତିବ । ଯାହାର ଏକମାତ୍ର କାରଣ ହେଉଛି ବିଜେପିର ମିଛ ପ୍ରତିଶ୍ରୁତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯେ କୌଣସି ବି ପୂଜା ପର୍ବ ହେଉ କିମ୍ୱା କାର୍ଯ୍ୟକ୍ରମ ସବୁଥିରେ ନବୀନଙ୍କ ଉପସ୍ଥିତି ଲୋଡୁଛନ୍ତି ସାଧାରଣ ଜନତା । ଯାହାର ଜ୍ୱଳନ୍ତ ଉଦାହରଣ ନବୀନଙ୍କ ଗଣେଷ ପୂଜା ପେଣ୍ଡାଲ ବୁଲା ଘଟଣାରୁ ଜଣାପଡିଯାଇଛି । ପଦଯାତ୍ରା ହେଉ କି ପେଣ୍ଡାଲ ବୁଲା ନବୀନଙ୍କ ଗୋଟେ ଝଲକ ପାଇବା ପାଇଁ ଲୋକେ ଚାହିଁ ରହିଥାନ୍ତି । ଏବେବି ଲୋକଙ୍କ ମୁହଁରେ ନବୀନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି । ତେବେ ଗଣେଷ ପୂଜା ପରେ ନବୀନଙ୍କ ଦଶହରା ବୁଲା ପ୍ଲାନିଂ ମୋହନଙ୍କ ଲୋକପ୍ରିୟତା ଭାଙ୍ଗିବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ଅପେକ୍ଷା ।
You can share this post!
author