ଗମାଙ୍ଗ ପରିବାରକୁ ନେଇ ଟେନସନରେ କଂଗ୍ରେସ !

ଗମାଙ୍ଗ ପରିବାରକୁ ନେଇ ଟେନସନରେ କଂଗ୍ରେସ !

ନିର୍ବାଚନ ବିଗୁଲ ବାଜିସାରିବା ପରେ ବିଜେଡି ବିଜେପି ଭଳି କଂଗ୍ରେସ ଶିବିର ମଧ୍ୟ ଆକ୍ଟିଭ ମୋଡକୁ ଆସିଛି । କଂଗ୍ରେସ ଟିକେଟରେ ଲଢିବାକୁ ଚାହୁଁଥିବା ଆଶାୟୀଙ୍କ ମଧ୍ୟରୁ କାହାକୁ ଟିକେଟ୍ ମିଳିବ ସେନେଇ ଆଲୋଚନା ଚାଲିଛି । କିନ୍ତୁ ଏହାରି ମଧ୍ୟରେ ଗମାଙ୍ଗ ପରିବାରକୁ ନେଇ କଂଗ୍ରେସ ଟେନସନରେ ପଡିଯାଇଛି । କାରଣ ଗୋଟିଏ ଆସନ ପାଇଁ ଗମାଙ୍ଗ ପରିବାରର ୪ ଜଣ ସଦସ୍ୟ ଆବେଦନ କରିଛନ୍ତି । ଗୁଣୁପୁର ବିଧାନସଭା ପାଇଁ କଂଗ୍ରେସର ବରିଷ୍ଠ ନେତା ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆବେଦନ କରିଥିବା ବେଳେ ତାଙ୍କ ସମ୍ପର୍କୀୟ ସତ୍ୟଜିତ୍ ଗମାଙ୍ଗ ମଧ୍ୟ ସମାନ ଆସନ ପାଇଁ ଆବେଦନ କରିଛନ୍ତି । ଆଉ ସବୁଠୁ ବଡ କଥା ହେଉଛି ସତ୍ୟଜିତଙ୍କୁ ସପୋର୍ଟ କରୁଛନ୍ତି କଂଗ୍ରେସ ନେତା ସପ୍ତଗିରି ଉଲାକା । ଯାହାକୁ ନେଇ ଆଲୋଚନା ହେଉଛି କି ଏଥର ଗୁଣୁପୁରରୁ ସତ୍ୟଜିତଙ୍କୁ ଦଳ ଟିକେଟ ଦେଇପାରେ । ଆଉ ହେମାଙ୍କ ଟିକେଟ୍ କଟିପାରେ ବୋଲି । ତେବେ ଦେଖାଯାଉ ଯେଉଁ ଆଶା ନେଇ ଗମାଙ୍ଗ ପରିବାର କଂଗ୍ରେସକୁ ପୁଣି ଥରେ ଆସିଥିଲେ ଦଳ, ତାଙ୍କ ଆଶାକୁ କେତେଦୂର ପୂରଣ କରୁଛନ୍ତି ନା ତାଙ୍କ ଆଶା ଆଶାରେ ରହିଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *