ମଞ୍ଚରେ ମୋହନଙ୍କୁ ଧୋଇଦେଲେ ଶ୍ରୀମୟୀ
ତାତିଲେ ଶ୍ରୀମୟୀ କହିଲେ ଏବେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମିଛୁଆ ସରକାର ରଙ୍ଗମିସ୍ତ୍ରୀ କାମ କରୁଛନ୍ତି ମୋହନ
ହଁ ଦର୍ଶକବନ୍ଧୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ଆରମ୍ଭ କରିଛି ପଦଯାତ୍ରା । ଫରକ ଏତିକି ପ୍ରତିଥର ଶାସକ ଦଳରେ ରହି ପଦଯାତ୍ରା କରୁଥିବା ବିଜେଡି ଚଳିତ ଥର ବିରୋଧି ଦଳରେ ବସିଛି । ହଁ ଆଜ୍ଞା ନିର୍ବାଚନର ଶୋଚନୀୟ ପରାଜୟର ସଦମାରୁ ବାହାରି ତୃଣମୂଳ ସ୍ତରରେ ନିଜର ଦଳର ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ନୂଆ ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି ଦଳକୁ ସୃଦୁଢ କରିବାକୁ ଅଣ୍ଟା ଭିଡିଛନ୍ତି । ଗତକାଲି ଏକାମ୍ର ନିର୍ବାଚନ ମଣ୍ଡଳୀରୁ ବିଜେଡିର ପଦାଯାତ୍ରା ଆରମ୍ଭ ହୋଇଥିବା ବେଳେ ବିଜେପି ସରକାର ଉପରେ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରୁ ଉଭେଇ ଯାଇଥିବା ଶ୍ରୀମୟୀ ଅପାଙ୍କୁ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ନିଜେ ସାମ୍ନାକୁ ଆସିଛନ୍ତି ଖୋଲା ମଞ୍ଚରେ ମୋହନ ସରକାରକୁ ଟାର୍ଗେଟ କରିଛନ୍ତି । ମାଗଣା ବିଜୁଳି ସୁଭଦ୍ରା ଯୋଜନା ସମସ୍ତ ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏ ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇକି ଆସିଛି ସେ କିଛି କରିପାରିବେନି । ଖୋଲା ମଞ୍ଚରେ ବିଜେପି ସରକାରକୁ ଶ୍ରୀମୟୀଙ୍କ ଏଭଳି କଟାକ୍ଷ ପରେ ତେଜିଛି ରାଜ୍ୟ ରାଜନୀତି । ଟିକେଟ ନ ମିଳିବାରୁ ଯେଉଁ ଶ୍ରୀମୟୀ ଶଙ୍ଖବଭନ ମାଡୁନଥିଲେ ତାଙ୍କ ଆକ୍ଟିଭନେସରେ ଏବେ ବିଜେଡି ଛାତିରେ ଛନକା ପଶିଲାଣି । ଚର୍ଚ୍ଚା ହେଉଥିଲା ଶ୍ରୀମୟୀଙ୍କୁ ବିଜେଡି ଯେଉଁ ଧୋକା ଦେଲା ସେ ନବୀନଙ୍କ ଠାରୁ ମୁହଁ ଫେରାଇନେବେ କିନ୍ତୁ ସବୁ ଚର୍ଚ୍ଚାକୁ ପଛରେ ପକାଇ ପୁଣିଥରେ ନବୀନଙ୍କ ହାତ ଧରି ସାମ୍ନାକୁ ଆସିଲେ ଏବଂ ନବୀନଙ୍କଠାରୁ ଗୁରୁମନ୍ତ୍ର ନେଇ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ପ୍ଲାନ କରୁଛନ୍ତି ବିଜେଡିର ଛାୟା ନେତ୍ରୀ ଶ୍ରୀମୟୀ ମିଶ୍ର । ଭରା ସଭାରେ ଶ୍ରୀମୟୀଙ୍କ ଏଭଳି କଟାକ୍ଷକୁ ସହଜରେ ହଜମ କରିପାରୁନଥିବା ବିଜେପି ଏହାର କଣ ଜବାବ ଦେଉଛି ତାହାର ଅପେକ୍ଷା ।