ଗାଜାର ୪୦୦ ସ୍ଥାନକୁ ଧ୍ୱଂସ କଲା ଇସ୍ରାଏଲ

ଗାଜାର ୪୦୦ ସ୍ଥାନକୁ ଧ୍ୱଂସ କଲା ଇସ୍ରାଏଲ

ହମାସ ଆତଙ୍କୀ ସଂଙ୍ଗଠନକୁ ସମୁଳେ ନାଶ କରିବାକୁ ପଣ ନେଇଛି ଇସ୍ରାଏଲ । ଏତିମଧ୍ୟରେ ଇସ୍ରାଏଲ ଏକ ବଡ ଅପରେସନ ନେଇଛି । ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼। ହମାସ ଆତଙ୍କୀଙ୍କୁ ବୋମାମାଡ଼ କରିଛି ଇସ୍ରାଏଲ୍। ନାଗରିକ ସୁରକ୍ଷା ପାଇଁ ଇସ୍ରାଏଲର ସୈନ୍ୟ ଅଭିଯାନ ଜାରିରଖିଛି । ଏପଟେ ସମୁଦ୍ର ବାଟରେ ହମାସ ଆତଙ୍କୀଙ୍କ ଇସ୍ରାଏଲ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। ଇସ୍ରାଏଲ ଆଡକୁ ରକେଟ ମାଡ଼ କରୁଛନ୍ତି ହମାସ ଗନମ୍ୟାନ। ଇସ୍ରାଏଲ ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରିଛି। ଗାଜାକୁ ଖାଦ୍ୟ, ପାଣି, ବିଜୁଳି, ତେଲ ଆଦି ଯୋଗାଣ ବନ୍ଦ କରିଛି । ଅନ୍ୟପଟେ ଇସ୍ରାଏଲ ସେନା ଗାଜା ସୀମାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ହୋଇଛନ୍ତି । ସବୁଜ ସଙ୍କେତ ମିଳିବା ପରେ ଗାଜାରେ ପଶି ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଖୋଜି ଖୋଜି ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ଉପରେ ଇସ୍ରାଏଲ ଗୁରୁତ୍ୱ ଦେଉଛି ।
ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏହାର ୧୭ ତମ ଦିନରେ ପହଞ୍ଚିଥିବା ବେଳେ ଏହା ଉଭୟ ପକ୍ଷ ପାଇଁ ଗାଜାରେ ଚାଲିଥିବା ପାଞ୍ଚଟି ସଂଘର୍ଷ ମଧ୍ୟରୁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗାଜାରେ ମୃତ୍ୟୁ ସଂଖ୍ୟା ୪,୭୪୧ରେ ପହଞ୍ଚିଥିବା ବେଳେ ଅବରୋଧିତ ଅଞ୍ଚଳରେ ପାଖାପାଖି ୧୬,୦୦୦ ଲୋକ ଆହତ ହୋଇଛନ୍ତି। ଅଧିକୃତ ପଶ୍ଚିମ ତଟରେ ହିଂସା ଓ ଇସ୍ରାଏଲ ଆକ୍ରମଣରେ ୯୩ ଜଣ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି ବୋଲି ମନ୍ତ୍ରାଳୟ କହିଛି।

author

Related Articles

Leave a Reply

Your email address will not be published. Required fields are marked *