ଗାଜା ଷ୍ଟ୍ରିପ, ଯାହା ପାଇଁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁୁଦ୍ଧ ହେଉଛି

ଗାଜା ଷ୍ଟ୍ରିପ, ଯାହା ପାଇଁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁୁଦ୍ଧ ହେଉଛି
Smoke rises following Israeli airstrikes on a building in Gaza City, Thursday, May 13, 2021. (AP Photo/Hatem Moussa)

ଗାଜା ଷ୍ଟ୍ରିପ୍ ହେଉଛି ଇସ୍ରାଏଲ୍, ଇଜିପ୍ଟ ଏବଂ ଭୂମଧ୍ୟସାଗର ମଧ୍ୟରେ ଅବସ୍ଥିତ ଏକ ଛୋଟ ଅଞ୍ଚଳ। ଗାଜା ଷ୍ଟ୍ରିପ୍ ହେଉଛି ପ୍ରାୟ ଦଶ କିଲୋମିଟର ଚଉଡା ଏବଂ ୪୧ କିଲୋମିଟର ଲମ୍ବ ଏବଂ ଏଠାରେ ୨୦ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି । ତେବେ ପାଲେଷ୍ଟାଇନ ଏବଂ ଅନ୍ୟାନ୍ୟ ମୁସଲମାନ ଦେଶ ଇସ୍ରାଏଲକୁ ଏକ ୟୀହୂଦୀ ରାଷ୍ଟ୍ର ଭାବରେ ସ୍ୱୀକୃତି ଦିଅନ୍ତି ନାହିଁ । ୧୯୪୭ ପରେ ଯେତେବେଳେ ଜାତିସଂଘ ପାଲେଷ୍ଟାଇନକୁ ୟୀହୁଦୀ ଏବଂ ଆରବ ରାଷ୍ଟ୍ରରେ ବିଭକ୍ତ କଲା, ସେବେଠୁ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଲାଗିରହିଛି । ୨୦୦୭ ମସିହାରୁ ଗାଜା ଷ୍ଟ୍ରିପ୍ ଇସଲାମିକ୍ ସନ୍ତ୍ରାସବାଦୀ ଗୋଷ୍ଠୀ ହାମାସ୍ ନିୟନ୍ତ୍ରଣରେ ଅଛି । ମୂଳରୁ ହାମାସ ଇସ୍ରାଏଲ ସହ ଶାନ୍ତି ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିଆସିଛି । ଏବଂ ସବୁବେଳେ ଇସ୍ରାଏଲକୁ ଧ୍ୱଂସ କରିବାକୁ ଆହ୍ବାନ ଦେଇଛି । ଗତ କିଛି ବର୍ଷ ହେଲା ହାମାସ ଆତଙ୍କବାଦୀମାନେ ଗାଜାରୁ ଇସ୍ରାଏଲ୍ ଅଞ୍ଚଳ ଉପରେ ରକେଟ୍ ଆକ୍ରମଣ କରିଆସୁଥିଲେ ମଧ୍ୟ ଅକ୍ଟୋବର ୭ ରେ ହୋଇଥିବା ଏହି ଆକ୍ରମଣ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *