ଗାଜ୍ଜାରେ ଥିବା ଆତଙ୍କବାଦୀଙ୍କୁ ଧଂସ କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ଗାଜ୍ଜାରେ ଥିବା ଆତଙ୍କବାଦୀଙ୍କୁ ଧଂସ କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ହମାସ ଆତଙ୍କବାଦୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କଡା ଚେତାବନୀ । ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଇସ୍ରାଏଲ ଉପରେ ରକେଟ ମାଡ ଓ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ । ହମାସ ଆତଙ୍କବାଦୀଙ୍କୁ ଚେତାବନୀ ଦେଇ ନେତନ୍ୟାହୁ କହିଛନ୍ତି, ହମାସ ଆତଙ୍କବାଦୀଙ୍କ ସବୁ ଆଡ୍ଡାକୁ ଆମେ ଧ୍ୱସ୍ତବିଧ୍ୱସ୍ତ କରିଦେବୁ । ଶନିବାର ସକାଳେ ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଅଚାନକ ଇସ୍ରାଏଲ ଉପରେ ରକେଟ ମାଡ କରାଯାଇଥିଲା । ଗାଜାର ଏୟାରଷ୍ଟ୍ରିପରୁ ଇସ୍ରାଏଲ ଉପରେ ୨୦ ମିନିଟ୍ ମଧ୍ୟରେ ପାଖାପାଖି ୫୦୦୦ ରକେଟ ମାଡ କରିଥିଲା ହମାସ ଆତଙ୍କବାଦୀ ଗୋଷ୍ଠୀ । ଏହାସହ କିଛି ହମାସ ଆତଙ୍କବାଦୀ ଇସ୍ରାଏଲ ସୀମା ଭିତରକୁ ପଶି ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ କିଛି ଜଣଙ୍କୁ ବନ୍ଦୀ କରି ନେଇଛନ୍ତି । ହମାସ ଆତଙ୍କବାଦୀ ଆକ୍ରମଣର ପାଲଟା ଜବାବ ଦେଇଛି ଇସ୍ରାଏଲ । ହମାସ ଆତଙ୍କବାଦୀ ଗୋଷ୍ଠୀ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ଏହାସହ ଗାଜାରେ ଥିବା ହମାସ ଗୋଷ୍ଠୀର ଆଡ୍ଡାକୁ ନଷ୍ଟ କରିବାକୁ ପଣ କରିଛି ଇସ୍ରାଏଲ । ଯେଉଁଥିପାଇଁ ଗାଜାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କହିଛି ଇସ୍ରାଏଲ । ହମାସ ଏଭଳି ଆକ୍ରମଣ ପରେ ନେତନ୍ୟାହୁ କହିଛନ୍ତି, ଶତ୍ରୁପକ୍ଷକୁ ଏଭଳି ମୂଲ୍ୟ ଦେବାକୁ ପଡିବ ଯାହା ବାବଦରେ ସେ କେବେ କଳ୍ପନା ସୁଦ୍ଧା କରିନଥିବେ । ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲର ୩୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେହିଭଳି ଇସ୍ରାଏଲର ପ୍ରତି ଆକ୍ରମଣରେ ମଧ୍ୟ ୨୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏସବୁ ଭିତରେ ଇସ୍ରାଏଲକୁ ଆମେରିକା ଓ ଭାରତ ଭଳି ଦେଶ ସମର୍ଥନ ଜଣାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *