ଗାଡି ପାଖକୁ ଆସି ମତାମତ ଦେବେ ଲୋକେ

ଗାଡି ପାଖକୁ ଆସି ମତାମତ ଦେବେ ଲୋକେ

ଆଜିଠୁ ବିଜେପିର ଅଭିମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟର ଏକ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । ରାଜ୍ୟ କାର୍ଯ୍ୟାଳୟରେ ଏହି ଅଭିମତ ସଂଗ୍ରହ ଗାଡିର ଶୁଭାରମ୍ଭ କରାଯାଇଛି । ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦୁଇଟି ଗାଡି ବୁଲିବ । ସେଥିରେ ସଂକଳ୍ପ ପତ୍ର ବାକ୍ସ ରହିବ । ଲୋକମାନେ ଗାଡି ପାଖକୁ ଆସି ମତାମତ ଦେବେ । ସେହିପରି ନମୋ ଆପ ଜରିଆରେ ମଧ୍ୟ ପରାମର୍ଶ ଦେଇପାରିବେ । ଏହା ସହ ୯୦୯୦୯୦୨୦୨୪ ନମ୍ବରରେ କଲ୍ କରି ଭଏସ୍ ମେସେଜ୍ ଜରିଆରେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତ ବା ପରାମର୍ଶ ଦେଇପାରିବେ । ଦାଦନ ସମସ୍ୟାର ସମାଧାନ, ଚିଟଫଣ୍ଡ ସମ୍ପର୍କରେ ସରକାରଙ୍କ ନୀତି କଣ ହେବା ଆବଶ୍ୟକ, ମହିଳା ସଶକ୍ତିକରଣ ପାଇଁ ଆଉ କଣ ପଦକ୍ଷେପ ନେବା ଆବଶ୍ୟକ , ଏବଂ ବିଜେପି କ୍ଷମତାକୁ ଆସିଲେ ଆଉ କେଉଁ ଜନମଙ୍ଗଳକାରୀ ଯୋଜନା କରିବ ସେନେଇ ମତାମତ ଦେବାକୁ ରାଜ୍ୟ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *