ଗିଫ୍ଟ ଦିଅନି, ମୋଦିଙ୍କୁ ଭୋଟ ଦିଅ

ଗିଫ୍ଟ ଦିଅନି, ମୋଦିଙ୍କୁ ଭୋଟ ଦିଅ

ସାରା ଦେଶରେ ମୋଦିଙ୍କ କ୍ରେଜ ବଢୁଥିବା ବେଳେ ବିଜେପିକୁ ଭୋଟ ଦେବାକୁ ଅନେକ ପ୍ରଚାର କରୁଛନ୍ତି । ଏହାରି ମଧ୍ୟରେ ମୋଦିଙ୍କୁ ନିର୍ବାଚନରେ ଭୋଟ ଦେବାର ଏକ ନିଆରା ପ୍ରଚାର ଦେଖିବାକୁ ମିଳିଛି ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଅଞ୍ଚଳରେ । ପୁଅର ବିବାହ ନିମନ୍ତ୍ରଣ ପତ୍ରରେ ବିବାହ ଉତ୍ସବକୁ ଗିଫ୍ଟ ନଆଣି ନିର୍ବାଚନରେ ମୋଦିଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ବରର ପିତା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାହାଘର ନିମନ୍ତ୍ରଣ ପତ୍ର ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ନିଜ ଅତିଥି ମାନଙ୍କୁ ନିମନ୍ତ୍ରଣ କରି କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଯଦି ଆପଣ ମୋଦିଙ୍କୁ ଭୋଟ ଦେବେ ତାହା ଆମ ପାଇଁ ବଡ ଉପହାର ହେବ ବୋଲି କାର୍ଡରେ ଉଲ୍ଲେଖ କରାଯାଇଛି । ଏପ୍ରିଲ ୪ ରେ ଏହି ବିବାହ ଭୋଜିର ଆୟୋଜନ କରାଯାଇଛି । ଯେଉଁଥିରେ ମୋଦିଙ୍କ ଫଟୋ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *