ଗିରଫ ହେଲେ ଅଷ୍ଟମ ଫେଲ ଗୁପ୍ତରୋଗୀ ନକଲି ଡାକ୍ତର

ଗିରଫ ହେଲେ ଅଷ୍ଟମ ଫେଲ ଗୁପ୍ତରୋଗୀ ନକଲି ଡାକ୍ତର

ଗିରଫ ହେଲେ ଅଷ୍ଟମ ଫେଲ କଥାକଥିତ ଡାକ୍ତର । ପାଠ ଘର ଶୂନ ହେଲେ ନିଜକୁ କହି ବୋଲାଉଥିଲେ ଗୁପ୍ତ ରୋଗୀ ବିଶେଷଜ୍ଞ । ଏବେ ବାନ୍ଧିଛି ପୋଲିସ, ରୋଗୀଙ୍କ ଜୀବନ ସହ ଖେଳୁଥିଲେ ଡାକ୍ତର । ହଁ ଆଜ୍ଞା ବ୍ରହ୍ମପୁର ଅଞ୍ଚଳର ଉତ୍ପଳ ବାଳା ନାମକ ଜଣେ ନକଲି ଡାକ୍ତର ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ନାଁରେ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ । ଉତ୍ପଳଙ୍କ ଘର ପଶ୍ଚିମ ବଙ୍ଗର ଟୀନା ନେତାଜୀ ପଲ୍ଲୀ ଗାଁରେ । ଉତ୍ପଳ ଅଷ୍ଟମ ଫେଲ ହୋଇଥିବା ବେଳେ ବିଶାଖାପାଟଣାର ଏକ ହୋଟେଲରେ ୪ ବର୍ଷ ଧରି କାମ କରୁଥିଲେ । ୨୦୧୯ ମସିହାରେ ଉତ୍ପଳ ବ୍ରହ୍ମପୁର ଆସି ରାମ୍ପ ସାହିରେ ଭଡ଼ାରେ ରହୁଥିଲେ । ଗେଟ ବଜାର ମିତ୍ର ସାହିରେ କିଛି ବର୍ଷ ଧରି କ୍ଲିନିକ୍ ଚାଲୁ ରଖିଥିଲେ ଉତ୍ପଳ । ପାଇଲ୍ସ ଓ ଗୁପ୍ତରୋଗର ଚିକିତ୍ସା କରୁଥିଲେ ଉତ୍ପଳ । ନକଲି ଡାକ୍ତର ଜଣଙ୍କର କୈାଣସି ବିଏଏମଏସ ଡିଗ୍ରୀ ନାହିଁ କି ଅନ୍ୟ କୈାଣସି ମେଡିକାଲ ଡିଗ୍ରୀ ନାହିଁ । କନ୍ଧମାଳର ଜତ୍ସ୍ୟ ମୁଠମାଝି ନାମକ ବ୍ୟକ୍ତି ଉତ୍ପଳଙ୍କ ନିକଟରେ ଚିକିତ୍ସିତ ହୋଇ ୧୨ ହଜାର ଟଙ୍କା ତାଙ୍କୁ ପ୍ରଦାନ କରିଥିଲେ । ଚିକିତ୍ସାରେ ଆରୋଗ୍ୟ ନ ହେବାରୁ ପୁଣି ଚିକିତ୍ସା ନିମନ୍ତେ ଉତ୍ପଳ ୧୨ ହଜାର ଟଙ୍କା ଜତ୍ସ୍ୟଙ୍କୁ ମାଗିଥିଲେ । ତେବେ ଜିଲ୍ଲାର ବିଭିନ୍ନ ରୋଗୀଙ୍କ ଠାରୁ ଚିକିତ୍ସା ନାମରେ ଟଙ୍କା ନେଉଥିବା ଅଭିଯୋଗ ପରେ ଆଜି ନକଲି ଡାକ୍ତର ଉତ୍ପଳକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଉତ୍ପଳଙ୍କ ଠାରୁ କ୍ଲିନିକରେ ବ୍ୟବହୃତ ବହୁ ସାମଗ୍ରୀ ଜବତ ହୋଇଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଏସପି ଡ ଶ୍ରବଣା ବିବେକ

author

Related Articles

Leave a Reply

Your email address will not be published. Required fields are marked *