ଗିରଫ ହେଲେ ଓଲିଉଡ କଣ୍ଠଶିଳ୍ପୀ ଦେବେଶ ପତି

ଗିରଫ ହେଲେ ଓଲିଉଡ କଣ୍ଠଶିଳ୍ପୀ ଦେବେଶ ପତି

ଓଲିଉଡ କଳାକାରମାନଙ୍କୁ ନେଇ ବିବାଦ ଥମୁନଥିବା ବେଳେ ଓଲିଉଡକୁ ଆଉ ଏକ ଝଟକା ।  କଣ୍ଠଶିଳ୍ପୀ ଦେବେଶ ପତି ଗିରଫ ହୋଇଛନ୍ତି ।  ଦେବେଶଙ୍କ ଘର ଯାଜପୁରରେ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ରହୁଥିବା ଭଦ୍ରକ ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ହୋଇଥିଲା । ପ୍ରେମରେ ଧୋକା ଦେଇଥିବା ଅଭିଯୋଗରେ ନୟାପଲ୍ଲୀ ପୋଲିସ ଗିରଫ କରିଛି । ‘ଲଚକ ମଣି ବେବିଲୋ’ ଗୀତ ଗାଇ ଚହଳ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ  ଦେବେଶ ପତି ଏବେ ଜେଲରେ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁର୍ଷ୍ମମ, ଗର୍ଭପାତ ନଷ୍ଟ ଓ ଟଙ୍କା ଲୁଟିବା ପରି ଅଭିଯୋଗ ରହିଛି । ତାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମାଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦେବେଶଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରୁଜୁ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *