ଗୁଗଲ ବୈଜ୍ଞାନିକ ଭାବେ ନାଁ ରଖିଲେ ଭଞ୍ଜମାଟିର ପୁଅ ସ୍ୱରୂପ

ଗୁଗଲ ବୈଜ୍ଞାନିକ ଭାବେ ନାଁ ରଖିଲେ ଭଞ୍ଜମାଟିର ପୁଅ ସ୍ୱରୂପ

ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ମନୁଷ୍ୟକୁ ସଫଳତା ଆଣି ଦେଇଥାଏ।ଏହି କ୍ରମରେ ଭଞ୍ଜ ମାଟିର ସୁପୁତ୍ର ଭାବେ ଡକ୍ଟର ସ୍ୱରୂପ ରଞ୍ଜନ ମିଶ୍ର ଆଜି ଦେଶ ଓ ଦେଶ ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ପିଲାଟି ଦିନରୁ ପାଠ ପଢା ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଆଜି ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସ୍ୱରୂପଙ୍କୁ ନିଜ ସ୍କୁଲ ଜୀବନରେ ଅଧ୍ୟୟନ କରୁଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଡ଼ିହ ପଢାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ପକ୍ଷରୁ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗ୍ରାମର ବିଜୟ କୁମାର ମିଶ୍ର ଓ ମାତା ସୁଧାରାଣୀ ମିଶ୍ରଙ୍କ ପୁତ୍ର ହେଉଛନ୍ତି ସ୍ୱରୂପ।ଗତ ୨୦୦୭ମସିହା ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟରୁ ଟପ୍ ଟେନ ମଧ୍ୟରେ ସପ୍ତମ ସ୍ଥାନରେ ଉତ୍ତୀର୍ଣ୍ଣ ହେବାପରେ ଉଚ୍ଚ ଶିକ୍ଷାଲାଭ କରି ବର୍ତ୍ତମାନ କାର୍ଲି ଫର୍ଣ୍ଣିଆରେ ଗୁଗୁଲ ଡିପ୍ ମାଇଣ୍ଡରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି।ସ୍ୱରୂପ ଓ ତାଙ୍କର ଟିମ୍ ଗତ ଇଣ୍ଟରନ୍ୟାସନାଲ ମ୍ୟାଥ ଅଲମ୍ପିଆଡ଼ରେ ସିଲଭର ମେଡାଲ ପାଇବାରେ ସକ୍ଷମ ହୋଇଛନ୍ତି।ତେଣୁ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଏହି ସଫଳତା ଘୁମୁସର ମାଟି ପାଇଁ ଗର୍ବ ଓ ଗୌରବ ବୋଲି ଅତିଥିମାନେ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *