ଗୁଡିପରି ଉଡିଯିବେ ମୋଦି, ନବୀନଙ୍କୁ ଖୋଜିଲେ ମିଳିବେନି କହିଲେ ସୁରବାବୁ

ଗୁଡିପରି ଉଡିଯିବେ ମୋଦି, ନବୀନଙ୍କୁ ଖୋଜିଲେ ମିଳିବେନି କହିଲେ ସୁରବାବୁ

24 ନିର୍ବାଚନକୁ ନେଇ ଦେଖାଗଲାଣି ରାଜନୈତିକ ଉଷ୍ମତା । ଓଡିଶାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ତିନି ରାଜନୈତିକ ଦଳ । ଆରମ୍ଭ କରିଦେଲେଣି ସେମାନଙ୍କ ସାମରସଜ୍ଜା । ଏବେ ଓଡିଶା ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସାଢେ ଚାରି କୋଟି ଓଡିଆଙ୍କ ପ୍ରିୟ ଶ୍ରୀକ୍ଷେତ୍ର ପୁରୀ ।

ହଁ ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମନ୍ତବ୍ୟ ଯେମିତି ଓଡିଶା ରାଜନୀତିକୁ ଦୋହଲାଇ ଦେଇଛି । ପୁରୀର ଲୋକସଭା ଆସନଟି ବିଜେଡି ହାତରେ ଥିବା ବେଳେ ବିଧାନସଭା ଆସନଟି ବିଜେପି ହାତରେ ରହିଛି । ତେବେ ଏହି ଆସନରୁ କିଏ ଲଢିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ସେପଟେ ଜୟନ୍ତଙ୍କ କହିବା ଅନୁଯାୟୀ ଯେହେତୁ ପୁରୀର ବିକାଶରେ କେନ୍ଦ୍ର ସରକାରଙ୍କ ବହୁ ଅବଦାନ ରହିଛି ତେଣୁ ଏହି ଆସନରୁ ନରେନ୍ଦ୍ର ମୋଦି  ଛିଡା ହେବେ । ଅନ୍ୟପଟେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ କହିଥିଲେ ପ୍ରଧାନମନ୍ତ୍ରୀ ପୁରୀରୁ ଲଢିଲେ ବିଜେପି ରାଜ୍ୟରେ ଶାସନ କରିବ ଏବଂ ଏହା ଓଡିଶା ପାଇଁ ଉତ୍ତମ ହେବ ବୋଲି କହିଥିଲେ । ସେପଟେ ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ମାନ୍ୟବର ବିଧାୟକ ଯେଉଁଠାରୁ ବି ଲଢିବେ ବିପୁଳ ଭୋଟରେ ଜିତିବେ ।

ବିଜେଡି ଓ ବିଡେପିର ଏପରି ମାଡଗୋଳରେ କଂଗ୍ରେସ ବିଧାୟକ ସୁର କହିଛନ୍ତି ପୁରୀ ପାଇଁ ଉତ୍ତମ ପ୍ରାର୍ଥୀନୀ ହେଲେ ସୋନିଆ । ଆମେ ବିଧାୟକ ଓ ପିସିସି ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରିବୁ ଏବଂ ନିର୍ବାଚନ ଲଢିବେ ଓ ଜିତିବେ । ମୋଦି ଗୁଡି ଭଳିଆ ଆକାଶରେ ଉଡିଯିବେ ଆଉ ନବୀନଙ୍କୁ ଖୋଜିଲେ ମିଳିବେନି କହିଲେ ସୁରବାବୁ ।

ତେବେ ଦେଖିବାକୁ ବାକି ରହିଲା କିଏ ହାତେଇବ ପୁରୀର ଆସନ ? ବିଜେଡି,ବିଜେପି ଏବଂ କଂଗ୍ରେସ କାହାକୁ ମିଳିବ ସୁନାକଳସ  ?

author

Related Articles

Leave a Reply

Your email address will not be published. Required fields are marked *