ଗୁଡ ଫ୍ରାଇଡେ’, ଚର୍ଚ୍ଚରେ ଭିଡ଼

ଗୁଡ ଫ୍ରାଇଡେ’, ଚର୍ଚ୍ଚରେ ଭିଡ଼

ଭୁବନେଶ୍ୱର:

ଖ୍ରୀଷ୍ଟଧର୍ମମାନେ ବିଭିନ୍ନ ଚର୍ଚ୍ଚରେ ଗୁଡ ଫ୍ରାଇଡେ’ ପାଳନ କରିଛନ୍ତି | ଏହି ଦିନରେ ଭଗବାନ ଯୀଶୁ ପ୍ରାଣବଳୀ ଦେଇଥିଲେ | ଯାହାକୁ ସାରା ପୃଥିବୀରେ କ୍ରୁଶବିଦ୍ଧ ଦିବସ ବା ଗୁଡ ଫ୍ରାଇ ଡେ’ ଭାବେ ପାଳନ କରାଯାଇଥାଏ | ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମମାନେ ଚର୍ଚ୍ଚକୁ ଯାଇ ଯୀଶୁଙ୍କୁ ଦର୍ଶନ କରିଥିଲେ | ୟୁନିଅନ ଚର୍ଚ୍ଚରେ ସକାଳ ୭ଟାରେ ଇଂରାଜୀରେ ପ୍ରାର୍ଥନା କରାଯାଇଥିବା ବେଳେ ୪ଟା ୩୦ରେ ସେଲିବ୍ରେସନ ସହ ଗୁଡଫ୍ରାଇଡେ’ ସଙ୍ଗୀତ ଗାନ କରାଯାଇଥିଲା | ଏହି ଅବସରରେ ଗୁଡ ଫ୍ରାଇଡେ’ ଉପରେ ବକ୍ତବ୍ୟ ରଖିବାକୁ ଦିଲ୍ଲୀରୁ ବ୍ରିଜେଶ ଲାଲ ଯୋଗେଇଦେଇ ଗୁଡଫ୍ରାଇଡେ’ର ତାପର୍ଯ୍ୟ ବିଷୟରେ ସକାଳ ସନ୍ଦ୍ୟାରେ ଆଲୋଚନା କରିଥିଲେ |

ଏଥିରେ ବହୁସଂଖ୍ୟାରେ ଖ୍ରୀଷ୍ଟପ୍ରେମୀମାନେ ସାମିଲ ହୋଇଥିଲେ | ସେହିପରି ସତ୍ୟନଗରସ୍ଥିତ କଥୋଲିକ ଚର୍ଚ୍ଚରେ ମଧ୍ୟ ଖ୍ରୀଷ୍ଟଧର୍ମମାନେ ନୂତନ ବସ୍ତ୍ର ପରିଧାନ କରି ଯୀଶୁଙ୍କୁ ଦର୍ଶନ କରିଥିଲେ | ପରେ ସକାଳ ୧୦ଟାରେ ଇଂରେଜୀରେ ପ୍ରାର୍ଥନା କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ଓଡ଼ିଆରେ ପ୍ରାର୍ଥନା କରାଯାଇଥିଲା | ଏହି ଦିବସ ଉପଲକ୍ଷେ ଅନେକ ଉପବାସ ମଧ୍ୟ ରଖିଥାନ୍ତି | ଭଗବାନ ଯୀଶୁଙ୍କୁ କ୍ରୁଶବିଦ୍ଧ ଦିବସରୁ ଉପବାସ ରଖି ରବିବାର ପୁନରୁୱାନ ଦିବସରେ ଉପବାସ ଭାଙ୍ଗି ଥାନ୍ତି | ଏହି ରବିବାରକୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଶୁଭ ରବିବାର ବା ଇଷ୍ଟର ଭାବେ ପାଳନ କରିଥାନ୍ତି | ଏହି ଦିନରେ ସମସ୍ତେ ନୂଆ ବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥାନ୍ତି ବୋଲି ୟୁନିଅନ ଚର୍ଚ୍ଚ ପକ୍ଷରୁ ଆୟୁବ ଛୀନଛାନି କହିଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *