ଗୁରୁଣ୍ଡି ଗୁରୁଣ୍ଡି 30 କିଲୋମିଟର ଗଲେ 80 ବର୍ଷୀୟ ବୃଦ୍ଧା

ଗୁରୁଣ୍ଡି ଗୁରୁଣ୍ଡି 30 କିଲୋମିଟର ଗଲେ 80 ବର୍ଷୀୟ ବୃଦ୍ଧା

ସୁନ୍ଦରଗଡ କୁତ୍ରା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଆଧାର ସଂଯୋଗ ନଥିବା ହେତୁ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିଲେନି 86 ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା । ଆଧାର ସଂଯୋଗ ପାଇଁ ୩୦ କିଲୋମିଟର ଦୂର ଆଧାର ସଂଯୋଗ କେନ୍ଦ୍ରକୁ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିଲେ । ଅଧାବାଟରୁ ବୃଦ୍ଧାଙ୍କୁ ଦେଖି ଗ୍ରାହକ ସେବା କେନ୍ଦ୍ରକୁ ନେଲେ ସାମ୍ବାଦିକ । ଚିକିତ୍ସା ପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ ସେହି ବଜାରରେ ସାମ୍ବାଦିକ ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ଏହାପରେ ସେ ଟଙ୍କା ଉଠାଇ ଘରକୁ ଫେରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *