ଗୃହପାଳିତ ପଶୁଙ୍କ ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ୱର୍- ୧୯୬୨

ଗୃହପାଳିତ ପଶୁଙ୍କ ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ୱର୍- ୧୯୬୨

ଏଣିକି ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ । ଏଯାବତ୍ ରାଜ୍ୟରେ ୧୮୧ ଟି ପ୍ରାଣୀ ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ । ୩୧୪ ବ୍ଲକରେ ବର୍ତ୍ତମାନ ପ୍ରାଣୀ ଆମ୍ବୁଲାନ୍ସ ଚାଲିଛି । ତେବେ ପାରମ୍ପରିକ ଗୋ-ଶାଳାକୁ ଅଧିକ ଉନ୍ନତ କରିବା ପାଇଁ ବିଭିନ୍ନ ଜ୍ଞାନ କୌଶଳର ବ୍ୟବହାର ହେବ । ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ । ଉତ୍ପାଦିତ ଗୋବରକୁ ମୋ ଖତ ଯୋଜନାରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ । ଆଗରୁ ବଜେଟରେ ୫ କୋଟି ଥିଲା ଆଉ ଏବେ ବଜେଟରେ ଏହାକୁ ୧୦ କୋଟିକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ଗାଁ ଗାଁ ରେ ପ୍ରଚାର କରାଯିବ । ଏନେଇ ରାଜ୍ୟର ବହୁ ଗୋଶାଳା ମାଲିକଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

author

Related Articles

Leave a Reply

Your email address will not be published. Required fields are marked *