ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାର ଲାଗିଛି । ଯାହାର ପ୍ରଭାବରେ ହୀରାକୁଦ ଆଉ ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ପୂର୍ବରୁ ୧୩ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ବର୍ତ୍ତମାନ ୨୦ଟି ଗେଟ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ କରାଯାଉଛି । ବୁଧବାର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ୟ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍ରେ ପହଞ୍ଚିଥିଲା । ଆଗକୁ ବର୍ଷାର ସ୍ଥିତି ପରଖି ପୁଣି ଗେଟ ଖୋଲାଯିବ ନାଁ ବନ୍ଦ କରାଯିବ ଏନେଇ ହୀରାକୁଦ ଜଳଭଣ୍ଡାର ନିଷ୍ପତ୍ତି ନେବ ।