ଗୋଟିଏ ଗଡରେ ମୁହାଁମୁହିଁ ଦୁଇ ବିଜେପି ନେତା !

ଗୋଟିଏ ଗଡରେ ମୁହାଁମୁହିଁ  ଦୁଇ ବିଜେପି ନେତା !

ଦିନକୁ ଦିନ ଆହୁରି ସରଗରମ ହେଉଛି ନିମାପଡା ରାଜନୀତି । ଗୋଟିଏ ଗଡରେ ମୁହାଁମୁହିଁ ଦୁଇ ବିଜେପି ନେତା । ଉପମୁଖ୍ୟମନ୍ତ୍ରୀ ତଥା ନିମାପଡା ବିଧାୟିକା ପ୍ରଭାତୀ ପରିଡା ଏବଂ ନିମାପଡାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସଙ୍କ ମଧ୍ୟରେ ଏବେ ତିକ୍ତତା ଆହୁରି ବଢିଯାଇଛି । ବାରମ୍ବାର ପ୍ରଭୀତଙ୍କ ବିରୋଧରେ ବୟାନବାଜି କରି ଏବଂ ତାଙ୍କ ବିରୋଧରେ ପ୍ରଚାର ପ୍ରସାର କରି ନିଜପତିଆରା ଜାହିର କରୁଛନ୍ତି ସମୀର । ଏପରିକି ତାଙ୍କ ପାଇଁ ପ୍ରଭାତୀ ଆଜି କ୍ଷମତାସୀନ ବୋଲି ବାରମ୍ବାର କହିଆସୁଛନ୍ତି । ଏହା ସହିତ ନିମାପଡାବାସୀ ପ୍ରଭାତୀଙ୍କ ଶାସନରେ ସୁବିଧା ସୁଯୋଗ ପାଉନଥିବା , ହନ୍ତସନ୍ତ ହେଉଥିବା ଆଦି ଅଭିଯୋଗ ଆଣି ନିମାପଡାବାସୀଙ୍କ ସହ ସେ ଛିଡା ହେଉଥିବା ପ୍ରଚାର କରୁଛନ୍ତି। ସେପଟେ ସମୀରଙ୍କ ଏପରି ବୟାନବାଜିର କଡା ଜବାବ ମଧ୍ୟ ପ୍ରଭାତୀ ପରିଡା ରଖୁଛନ୍ତି । ସମୀରଙ୍କ ଶାସନରେ କିଛି ବିକାଶ ହୋଇନି ବିକାଶ ଆମେ କରିଛୁ, ଏବଂ ସେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ପାଲଟା ଆକ୍ରମଣ କରୁଛନ୍ତି ପ୍ରଭାତୀ । ଫଳରେ ଦୁଇ ନେତାଙ୍କ କଳିରେ ନିମାପଡାବାସୀ ବଳି ପଡୁଥିବା କୁହାଯାଉଛି।

ଅନ୍ୟପଟେ ଏହି ଦୁଇଙ୍କ କଳିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଦଳର ଅନ୍ୟ ନେତା ଚେଷ୍ଟା ଚଳାଇଥିବା କିମ୍ବା ଉଭୟଙ୍କୁ ଏକାଠି ମିଶି କାମ କରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁନି । ଓଲଟା ସମୀରଙ୍କୁ ଏପରି ବୟାନବାଜି କରିବା ପାଇଁ ଏବଂ ନିଜସ୍ବ ଗ୍ରିଭାନ୍ସ ନ କରିବା ପାଇଁ ୱ୍ବାର୍ଣ୍ଣି ମିଳୁଥିବା ସୂଚନା ମିଳିଛି । ଯେଉଁଥିରୁ ସମୀରଙ୍କୁ ଦଳ ଧୀରେ ଧୀରେ ସାଇଡଲାଇନ କରୁଥିବା ଏବଂ ଆଗକୁ ତାଙ୍କ ଉପରେ କଡା ଆକ୍ସନ ହୋଇପାରେ ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । କିନ୍ତୁ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳ ଚୁପ୍ ଥିବା ଆଶଙ୍କା କରାଯାଉଛି । କିନ୍ତୁ ଦୀର୍ଘ ଦିନ ହେବ ସମୀରଙ୍କୁ ଦଳ କୌଣସି କ୍ଷମତା ଦେଉନଥିବାରୁ ସମୀରଙ୍କ ଧୈର୍ଯ୍ୟ ସୀମା ଯେ ପାର୍ ହେଲାଣି ତାହା ତାଙ୍କ ଆକ୍ରମଣାନ୍ତକ ଢଙ୍ଗରୁ ବାରି ହୋଇପଡୁଛି । କିନ୍ତୁ ବିଜେପି ଜାଣି ଜାଣି ଏପରି କରୁଥିବା ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ସମୀରଙ୍କୁ ହାତ ମୁଠାରେ ରଖିବାକୁ ଚାହୁଁଥିବା କୁହାଯାଉଛି । କିନ୍ତୁ ଯଦି ଦଳ ସମୀରଙ୍କୁ ଏହି ପରି କୋଣଠେସା କରି ଛାଡିଦିଏ ଏବଂ ସମୀରଙ୍କ ସ୍ଥିତି ଏହିପରି ରୁହେ ତେବେ ନିମାପଡାରେ ବିଜେପି ଫାଳ ଫାଳ ହେବା ସହିତ ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ହେବା ନେଇ ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

administrator

Related Articles

Leave a Reply

Your email address will not be published. Required fields are marked *