ଗୋଟିଏ ବର୍ଷରେ ସର୍ବାଧିକ 777 ଟି ଫିଲ୍ମ ଦେଖିବାର ରେକର୍ଡ

ଗୋଟିଏ ବର୍ଷରେ ସର୍ବାଧିକ 777 ଟି ଫିଲ୍ମ ଦେଖିବାର ରେକର୍ଡ

ସାଧାରଣତଃ ଆଜିକାଲିର ଲୋକମାନଙ୍କୁ ଫିଲ୍ମ ଦେଖିବା ପାଇଁ ଭଲ ଲାଗିଥାଏ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ ବର୍ଷକ ରେ ସର୍ବାଧିକ ଫିଲ୍ମ ଦେଖିବାର ଗିନିସ ବିଶ୍ୱ ରେକର୍ଡ କରିଛନ୍ତି । ସେ ହେଉଛନ୍ତି ଆମେରିକାର ଜାକ୍ ସ୍ୱୋପ୍ ନାମକ ଜଣେ 32 ବର୍ଷୀୟ ବ୍ୟକ୍ତି । ସେ 2022 ଜୁଲାଇ ରୁ 2023 ଜୁଲାଇ ମଧ୍ୟରେ 777 ଟି ସିନେମା ଦେଖି ଏହି ରେକର୍ଡ କରିଛନ୍ତି । ଏହି ରେକର୍ଡ ହାସଲ କରିବାର ନିୟମ ଅନୁଯାୟୀ ତାଙ୍କୁ ପ୍ରତ୍ୟେକ ସିନେମା କୁ ପ୍ରଥମ ରୁ ଶେଷ ଯାଏଁ ଦେଖିବାକୁ ପଡେ ଏବଂ ମଝିରେ ଖାଇବା ପିଇବା, ଫୋନ ଦେଖିବାକୁ ମଧ୍ୟ ବାରଣ କରାଯାଇଥିଲା । ପ୍ରତିଦିନ ନିଜ କାର୍ଯ୍ୟ କ୍ଷେତ୍ରରେ 8 ଘଣ୍ଟା ଉପସ୍ଥିତ  ରହି ମଧ୍ୟ ଦିନକୁ ସର୍ବାଧିକ 3ଟି ଫିଲ୍ମ ଦେଖୁଥିଲେ ଏବଂ ଛୁଟି ଦିନରେ ସେ ଅଧିକ ସଂଖ୍ୟାରେ ସିନେମା ଦେଖୁଥିଲେ । ପୂର୍ବରୁ ଏହି ରେକର୍ଡ ଫ୍ରାନସ ର ଭିସେଣ୍ଟ କ୍ରୋହ୍ନ ଙ୍କ ନାମରେ ରହିଥିଲା । ଯେ 2018 ରେ 715 ଟି ସିନେମା ଦେଖିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *