ଗୋଟିଏ ରଣନୀତି ନେଇ ମଇଦାନରେ ନବୀନ-ମୋହନ

ଗୋଟିଏ ରଣନୀତି ନେଇ ମଇଦାନରେ ନବୀନ-ମୋହନ

ଏଥର ନୂଆବର୍ଷରେ ରାଜ୍ୟରେ ହେବ ଏକ ନୂଆ ପରିବର୍ତନ । ମଇଦାନରେ ପୁଣି ମୁହାଁମୁହିଁ ହେବେ ବିଜେଡି ବିଜେପି । ହଁ ଆଜ୍ଞା, ରାଜ୍ୟରେ ସରକାର ବଦଳିବା ପରେ ବି ରାଜନୀତିର ଉଷ୍ମତା କମିନି । ପ୍ରଥମ ଥର ସରକାର ଗଢିଥିବା ବିଜେପି ଉପରେ ପ୍ରଥମ ଥର ବିରୋଧୀ ଆସନରେ ବସିଥିବା ବିଜେଡି ଭାରି ପଡୁଛି । ଫଳରେ ରାଜ୍ୟରେ କଡା ଟକ୍କର ଚାଲିଛି । ଉଭୟ ଦଳ ପରସ୍ପରକୁ ସମାଲୋଚନା କରିବା ସହ କିପରି ଲୋକଙ୍କୁ ନିଜ ସହିତ ଯୋଡି ରଖିବେ ସେନେଇ ପ୍ରସ୍ତୁତି ଚଳାଇଛନ୍ତି । କିଏ ଲୋକଙ୍କୁ ନିଜ ସଫଳତା ସମ୍ପର୍କରେ ବଖାଣି ଲୋକଙ୍କୁ ଆତ୍କୃଷ୍ଟ କରୁଛନ୍ତି ତ ଆଉ କିଏ ତାଙ୍କ ବିଫଳତା ଗାଇ ସେମାନଙ୍କ ବିରୁଦ୍ଧରେ ଇସକାଉଛନ୍ତି । ଆଉ ଏସବୁ ଭିତରେ ଉଭୟ ଶାସକ ଏବଂ ବିରୋଧୀ ଦଳ ଗୋଟିଏ ରଣନୀତି ଆପଣାଇଥିବା ନଜର ଆସିଛି । ତେବେ ପ୍ରଥମେ ବିଜେପି ଏହି ଫର୍ମୁଲା ଆପଣାଇଥିବା ବେଳେ ବିଜେଡି ଏହାକୁ ସମାଲୋଚନା କରୁଥିଲା । କିନ୍ତୁ ଏବେ ସେଇ ରାସ୍ତାରେ ବିଜେଡି ବି ଅଗ୍ରସର କରୁଥିବା ଆଲୋଚନା ହେଉଛି । ତେବେ ବିଜେପି ସରକାରକୁ ଆସିବା ପରେ ପରେ ଏକ ସଦସ୍ୟତା ଅଭିଯାନ କାଯ୍ୟକ୍ରମ ଆରମ୍ଭ କରିଛି । ଯେଉଁ କାଯ୍ୟକ୍ରମ ମାଧ୍ୟମରେ ବିଜେପି ନେତା ଏବଂ କର୍ମୀମାନେ ବିଭିନ୍ନ ଅଞ୍ଚଳ ବୁଲି ବୁଲି ଲୋକଙ୍କୁ ବିଜେପିରେ ସାମିଲ କରୁଛନ୍ତି । ଆଉ ବିଜେପିର ଏହି ପନ୍ଥା ଏବେ ବିଜେଡି ବି ଆପଣାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ପାଇଁ ଯେଉଁ ୩ଟି କମିଟି ଗଠନ କରିଛନ୍ତି ସେଥି ମଧ୍ୟରୁ ସଦସ୍ୟତ ସଂଗ୍ରହ ପାଇଁ ଗୋଟିଏ କମିଟି ଗଠନ କରାଯାଇଛି । ଯାହାର ନେତୃତ୍ୱ ଅତନୁ ସବ୍ୟସାଚୀ ନାୟକଙ୍କୁ ନବୀନ ଦେଇଥିବା ବେଳେ ଏହି କମିଟିରେ ଅନ୍ୟ ୨୧ ଜଣ ନେତା ଏବଂ କର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ୨୨ ଜଣିଆ ସଦସ୍ୟ କମିଟି ଏବେ ପ୍ରତି ଗାଁ କୁ ଗାଁ ବୁଲି ବିଜେଡିର ଗୁଣ ଗାଇବା ସହ ସରକାରଙ୍କ ବିଫଳତା ଗାଇବେ । ଏବଂ ସେମାନଙ୍କୁ ବିଜେଡିରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରିବେ । ତେବେ ଏହି ସଦସ୍ୟତା ଅଭିଯାନ ଆଗାମୀ ୨ ମାସ ଜାରି ରହିବ ବୋଲି ସୂଚନା ରହିଛି । ଏବଂ ବର୍ଷ ଶେଷରେ କାହାର ପଲ୍ଲା ଭାରି ରହିଛି ଏବଂ ଲୋକେ କାହାକୁ ବେଶି ପସନ୍ଦ ଏବଂ ଭରସା କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ଆଶଙ୍କା କରାଯାଉଛିା ଅନ୍ୟପଟେ ବିଜେପି ମଧ୍ୟ ଚୁପ ହୋଇବସିନି । ସେ ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ବିଜେପି ସହ ଯୋଡି ରଖିବା ପାଇଁ ଚେଷ୍ଟା ଚଳାଇଛି । କିନ୍ତୁ ନବୀନଙ୍କ ଲୋକପ୍ରିୟତା ଆଗରେ ଏସବୁ ଫିକା ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ଦେଖିବାକୁ ବାକି ରହିଲା ବର୍ଷ ଶେଷରେ ରାଜ୍ୟରେ କେଉଁ ପରିବର୍ତନ ଆସୁଛି ଏବଂ ବିଜେଡି-ବିଜେପି ମଧ୍ୟରୁ ଲୋକଙ୍କ ପସନ୍ଦ କିଏ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *