ଗୋପାଳପୁରରେ ବିଜେଡିର ନିର୍ବାଚନୀ ସମୀକ୍ଷା

ଗୋପାଳପୁରରେ ବିଜେଡିର ନିର୍ବାଚନୀ ସମୀକ୍ଷା

ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳର ନିର୍ବାଚନୀ ସମୀକ୍ଷା ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ବିଧାୟିକ ବିକ୍ରମ କୁମାର ପଣ୍ଡା ବୈଠକରେ ସଭାପତିତ୍ବ କରିଥିଲେ। ବୈଠକରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତି ସଭ୍ଯ, ଜିଲ୍ଲା ପ୍ରରିଷଦ ଓ ବିଜୁ ଜନତାଦଳର ନେତା, କର୍ମୀ, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ବୁଗୁ ବସ୍କିପାତ୍ର, ଜିଲ୍ଲା ପ୍ରରିଷଦ ଉପାଧ୍ୟକ୍ଷା, ସୁବାସ ମହାରଣା, ଜିଲ୍ଲା ବିଜୁ ଜନତାଦଳର ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଗୋପାଳପୁର ଏନ୍‌ଏସିର ଅଧକ୍ଷ, ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ବୈଠକରେ ଆଗାମୀ ଦିନରେ ଦଳକୁ କିପରି ମଜବୁତ କରିବା, ଆଗକୁ କିପରେ ବିରୋଧି ଦଳ ଭାବେ କାର୍ଯ୍ୟକରି ଲୋକଙ୍କ ସ୍ବାର୍ଥ ପାଇ କାମ କରିବା ପାଇ ସମସ୍ତେ ଶପଥ ନେଇଥିଲେ। ଏଥିସହ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଦଳକୁ ମଜବୁତ କରିବା ଲକ୍ଷ ରଖାଯାଇଛି। ଅନ୍ଯପଟେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପିର କର୍ମକର୍ତ୍ତା ମାନେ ହିଂସାତ୍ମକ କାର୍ଯ୍ୟକଳାପ ଘଟାଉଛନ୍ତି। ନିର୍ବାଚନ ପରେ ସେମାନେ ବିଜେଡ଼ିର ଆଗ ଧାଡିର କର୍ମକର୍ତ୍ତା ମାନଙ୍କ ଘରେ ଓ କାର୍ଯ୍ୟଳୟରେ ପସି ଆକ୍ରମଣ କରୁଛନ୍ତି। ଏକ ମାସ ଭିତରେ ବହୁ ଘଟଣା ଘଟୁଥିବା ବେଳେ ଏଭଳି କାର୍ଯ୍ୟକଳାପକୁ ଦଳ ନିବୃତ୍ତ ରୁହନ୍ତୁ ନଚେତ ପରିଣାମ ଭୟାଭୟ ହେବ ବୋଲି ସମସ୍ତେ କହିଛନ୍ତି। ଶେଷରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ଭଲ ରଖିବା ସହ ଅପରାଧ ଘଟାଉଥିବା ଲୋକଙ୍କୁ ପୋଲିସ ଗିରଫ କରୁବୋଲି ବିଜୁ ଜନତାଦଳ ଦାବି କରିଛନ୍ତି। ଏନେଇ ନେତା ଓ କର୍ମୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *