ଗୋପାଳପୁରର ମଙ୍ଗ ଧରିବେ ସିଦ୍ଧାନ୍ତ ମହାପାତ୍ର ! ମୁହାଁମୁହିଁ ହେବେ ପ୍ରଦୀପ/ସିଦ୍ଧାନ୍ତ

ଗୋପାଳପୁରର ମଙ୍ଗ ଧରିବେ ସିଦ୍ଧାନ୍ତ ମହାପାତ୍ର ! ମୁହାଁମୁହିଁ ହେବେ ପ୍ରଦୀପ/ସିଦ୍ଧାନ୍ତ

ହଁ ଦର୍ଶକବନ୍ଧୁ ଆମେ କହୁଛୁ ରାଜନୀତିରେ ସବୁବେଳେ ଚର୍ଚ୍ଚାର ସ୍ଥାନା କୁହାଯାଊଥିବା ଗୋପାଳପୁର କଥା । ଯେଉଁଠୁ ଲଢିବେ ବିଜେଡିର ପୁରୁଣା ମୁହଁ କୁହାଯାଉତିବା ସିଦ୍ଧାନ୍ତ ମହାପାତ୍ର । ପୁଣି ସିଦ୍ଧାନ୍ତଙ୍କୁ ବିଜେଡି ଅଫିସରେ ଦେଖିବାକୁ ମିଳିଛି । ଶୁଣିବାକୁ ମିଳୁଛି ବିଗତ କେତେଦିନ ହେଲେ ଦଳରୁ ବାଦ ଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେଡି ପୁଣି ଦଳକୁ ଆଣିବ । ଦଳ ତରଫରୁ ସିଦ୍ଧାନ୍ତଙ୍କ ପାଇଁ ଏକ ବଡ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ସିଦ୍ଧାନ୍ତଙ୍କୁ ଗୋପାଳପୁର ଆସନରୁ ଲଢିବା ପାଇଁ ଟିକେଟ୍ ଦେବାକୁ ନେଇ ରାଜନୌତିକ ମହଲାରେ ଚର୍ଚ୍ଚା ଜୋର ଧରିଲାଣି । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦଳ ସିଦ୍ଧାନ୍ତ ମହାପାତ୍ରାଙ୍କୁ ଲଢିବାକୁ ସୁଯୋଗ ଦେବ । ତେବେ ଦଳରୁ ବହିଷ୍କାର ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରରେ ବେଶ ସକ୍ରୀୟ ଅଛନ୍ତି । ଘର ଘର ବୁଲ ପ୍ରଚାର କରିବା ସହ ଅଂଚଳବାସୀଙ୍କ ସୁଖ ଦୁଃଖ କଥା ବୁଝୁଛନ୍ତି ।

ସରକାରୀ ଓ ତାଙ୍କ ଦଳକୁ ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଟକ୍କର ଦେବାକୁ ନେତା ନାହାନ୍ତି ସେଥିପାଇଁ ଜଣେ ଷ୍ଟାର ପଲିଟିସିଆନକୁ ଦଳ ତାଙ୍କ ବିରୋଧରେ ଲଢିବାକୁ ଆଣୁଛି ବୋଲି ପ୍ରଦୀପ କହୁଛନ୍ତି । ୨୦୧୯ରୁ ରାଜନୀତିରେ ସକ୍ରୀୟ ନଥିଲେ ସିଦ୍ଧାନ୍ତ ମହାପାତ୍ର । ଦୁଇ ଦୁଇ ଥର ସାଂସଦ ଥିବା ସିଦ୍ଧାନ୍ତ ରାଜନୀତିରେ ନିରବ ଯାଇଥିଲେ । ତେବେ ୨୦୧୯ରୁ ବିଜେଡିରୁ ବହିଷ୍କାର ହୋଇଥିବା ପ୍ରଦୀପ ପାଣିଗ୍ରାହୀ ବାରମ୍ବାର ଦଳ ବିରୋଧି ମନ୍ତବ୍ୟ ଦେଇ ଆସୁଛନ୍ତି । ପ୍ରଦୀପଙ୍କ ପରି ଜଣେ ବିଶୃଙ୍ଖଳିତ ନେତାଙ୍କ ପାଇଁ ଦଳ ସିଦ୍ଧାନ୍ତ ମହାପାତ୍ରଙ୍କୁ ଚୟନ କରି ଗୋପାଳପୁର ଆସନରୁ ଲଢେଇ ହେବ । ଏବେ ଗୋପାଳପୁର ଓ ଛତ୍ରପୁରର ଅନେକ ସଭା ସମିତିରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳୁଛି । ତେବେ ଦେଖିବାକୁ ବାକି ରହିଳା ଦଳ ସିଦ୍ଧାନ୍ତ ମହାପାତ୍ରଙ୍କ ଉପରେ କରିଥିବା ଭରସା କେତେ ଦ୍ୱର ସଫଳ ହେବ ? ନା ଦଳ ବିରୋଧରେ କହୁଥିବା ପ୍ରଦୀପ ଗୋପାଳପୁରରେ ପୁଣି ବାଜି ମାରିନେବେ ? ସିଦ୍ଧାନ୍ତ ନା ପ୍ରଦୀପ କିଏ ହେବ ଗୋପାଳପୁର ବାସୀଙ୍କ ମୁହଁ ? କାହାକୁ ମିଳିବ ଗୋପାଳପୁର ଆସନ ?…..

ରିର୍ପୋଟ ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *