ଗୋପୀନାଥପୁରରୁ ଏବେ ଗଡିବ ଯାତ୍ରୀବାହୀ ଟ୍ରେନ | ବାଲେଶ୍ୱର ଜିଲ୍ଲା ନୀଳଗିରିଵାସୀଙ୍କର ଦୀର୍ଘ ଦିନର ସ୍ବପ୍ନ ସତ ହେବାକୁ ଯାଉଛି | ଏଥର ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳକୁ ଗଡିବ ଯାତ୍ରୀବାହୀ ଟ୍ରେନ | ଆସନ୍ତା ଡିସେମ୍ବର ୧ ତାରିଖରେ ଗୋପିନାଥପୁର ଠାରେ ନବନିର୍ମିତ ରେଳ ଷ୍ଟେସନ ଲୋକାର୍ପଣ ହେବ | ଲୋକାର୍ପଣରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବୋଲି ଜଣାପଡିଛି | ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସାସଂଦ ପ୍ରତାପ ଷଡ଼ଙ୍ଗୀ | ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି | ଦୀର୍ଘଦିନ ଧରି ବାଲେଶ୍ୱର ସାସଂଦ ନୀଳଗିରିକୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ପ୍ରଚେଷ୍ଟା କରି ସେ ଶେଷରେ ସଫଳ ହୋଇଥିଲେ | ଏନେଇ ନୀଳଗିରିଵାସୀ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣେଇଛନ୍ତି |
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
