ଗୋମାତାଙ୍କୁ ଛପନ ଭୋଗ

ଗୋମାତାଙ୍କୁ ଛପନ ଭୋଗ

ଭୁବନେଶ୍ୱର:

ବଡ ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛପନ ଭୋଗ ଅର୍ପଣ କରାଯାଉଥିବା କଥା ସମସ୍ତେ ଜାଣନ୍ତି | କିନ୍ତୁ ନିକଟରେ ଗୋମାତାଙ୍କ ପାଖରେ ଲାଗି କରାଯାଇଛି ଛପନ ଭୋଗ | ବିହାରର ପୂର୍ବ ଚମ୍ପାରନର ମାରୱାଡି ଯୁବ ମଞ୍ଚର ‘ସୃଷ୍ଟି ଶାଖା’ର ମହିଳାମାନେ ମୋତିହାରି ଅଞ୍ଚଳର ଏକ ଗୋଶାଳାରେ ଥିବା ଗାଈଗୋରୁମାନଙ୍କୁ ଛପନ ଭୋଗ ପରଷିଛନ୍ତି | ଗୋରୁଗାଈଙ୍କୁ ସୁରକ୍ଷା ଦେବା ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏପରି ଏକ ନିଆରା କାର୍ଯ୍ୟ ସେମାନେ ହାତକୁ ନେବା କଥା କହିଛନ୍ତି | ଗୋମାତାଙ୍କୁ ପରଷା ଯାଇଥିବା ଛପନ ଭୋଗରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ମିଠା, ପିଠା, ପୁରୀ, ବିସ୍କୁଟ, ରୁଟରୀ ଆଦି ରହିଥିଲା | ଅନେଇ ମଂଚ ସଭାପତି ବିନୀତ ଅଗ୍ରୱାଲ କହିଛନ୍ତି ଯେ, ତେତିଶ କୋଟି ଦେବତା ଗୋମାତାଙ୍କ ଶରୀରରେ ଥାନ୍ତି | ସେଥିଲାଗି ଗୋମାତାଙ୍କୁ ଏହି ଭୋଗ ଅର୍ପଣ କରାଯାଉଛି | ଭଗବାନଙ୍କୁ ଛପନ ଭୋଗ ଅର୍ପଣ କରିବା ପରେ ଆମେ ତାକୁ ଅନ୍ୟମାନଙ୍କୁ ବାଣ୍ଟି ଥାଉ | କିନ୍ତୁ ଏଠାରେ ଗୋମାତା ସମ୍ପୂର୍ଣ ଭୋଗ ଖାଇଥାନ୍ତି | ସେହିପରି ଆଉ ଜଣେ ସଦସ୍ୟ ସାଲୋନୀ ଖଣ୍ଡେଲୱାଲ କହିଛନ୍ତି ଯେ, ଆଜିକାଲି ଆମେ ବଳକା ଜିନିଷକୁ ଗୋମାତାଙ୍କୁ ଖାଇବାକୁ ଦେଉଛେ | ଅନେକ ଜିନିଷ ଅଛି ଯାହା ସେମାନଙ୍କୁ ଖାଇବାକୁ ଦିଆଯାଇପାରିବ | ପ୍ରତ୍ୟକ ଲୋକ ଘର ବାହାରେ ଗୋମାତାଙ୍କ ପାଇଁ ପାଣି ରଖିବା ଦରକାର | ଏହା ଦ୍ୱାରା ଗୋରୁଗାଈମାନେ ଅଳିଆ ଆବର୍ଜନା ଖାଁବେ ନାହିଁ | କିଛିଦିନ ପୂର୍ବରୁ ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳର ଜଣେ ଓକିଲ ଗୋରୁଗାଈଙ୍କ ପାଇଁ ଏକ ଭଣ୍ଡାର ଆୟୋଜନ କରି ଚର୍ଚ୍ଚାକୁ ଆସିଥିଲେ |

author

Related Articles

Leave a Reply

Your email address will not be published. Required fields are marked *