ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଜେନା

ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଜେନା

ଶତାଧିକ ଗୋରୁ ଅଟକାଇ ପୋଲିସରେ ଜିମା ଦେଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା l ଗଜପତି ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ୟ ଏକ କାର୍ଯ୍ୟକ୍ରମରେ ମୋହନା ଆସୁଥିଲେ ମନ୍ତ୍ରୀ l ଏହି ସମୟରେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗୋରୁ ଗାଇଙ୍କୁ ରାସ୍ତାରେ ଚଲାଇ ଚଳାଇ ନିର୍ଦ୍ଦୟ ଭାବେ ଗୋରୁ ଚାଲାଣକାରୀ ମାନେ ନେଉଥିବା ଦେଖି ଅଟକିଥିଲେ ମନ୍ତ୍ରୀ l ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଗୋ- ଚାଲାଣକାରୀଙ୍କୁ ତାଗିତ କରିଥିଲେ l ପାଖରେ ଥିଲେ ଗଜପତି ଜିଲ୍ଲାପାଳ ଓ ପୋଲିସ ବାହିନୀ l ଜିଲ୍ଲାରୁ ଗୋ-ଚାଲାଣ ରୋକିବାକୁ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ତାଗିତ ମଧ୍ୟ କରିଥିଲେ l ଏହାପରେ ଚାଲାଣ ହେଉଥିବା ସମସ୍ତ ଗୋରୁକୁ ପୋଲିସରେ ଜିମା ଦେଇଥିଲେ l ଗଜପତି ଜିଲାରୁ ପ୍ରତିଦିନ ଶହ ଶହ ଗୋରୁ ଚାଲାଣ ହେଉଛି l ଗୋ ସମ୍ପଦର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ l ଅସଲି ଗୋ -ଚାଲାଣକାରୀ ଖସି ଯାଉଛନ୍ତି l ତେଣୁ ଗାଈ, ବଳଦ, ଷଣ୍ଢ ଆଦି ଚାଲାଣ ହେଉଛି l ଷଣ୍ଢ ଚାଲାଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମନ୍ତ୍ରୀ l ଚାଲାଣକାରୀ ମାନେ ହାଟରୁ କିଣି କରି ଆଣିଥିବା ମନ୍ତ୍ରୀଙ୍କୁ ସଫେଇ ଦେଇଥିଲେ l ଉପସ୍ଥିତ ଥିବା ଜିଲ୍ଲାପାଳ ମଧ୍ୟ ଚାଲାଣକାରୀଙ୍କୁ ପ୍ରଶ୍ନ କରିଥିଲେ କି ଷଣ୍ଢ ମଧ୍ୟ ହାଟରେ ବିକ୍ରି ହେଉଛି କି ? ତେଣୁ ଏହାର ପୁରା ତଦନ୍ତ କରିବାକୁ ପୋଲିସକୁ ନିର୍ଦେଶ ଦେଇଥିବା କହିଛନ୍ତି ମନ୍ତ୍ରୀ

author

Related Articles

Leave a Reply

Your email address will not be published. Required fields are marked *