ଗୌତମ ଆଦାନୀ ଦେଉଥିଲେ ଲାଞ୍ଚ !

ଗୌତମ ଆଦାନୀ ଦେଉଥିଲେ ଲାଞ୍ଚ !

ଶିଳ୍ପପତି ଗୌତମ ଅଦାନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି | କୁଆଡେ ଗୌତମ ଆଦାନୀ ଦେଉଥିଲେ ଲାଞ୍ଚ ! ଆମେରିକାର ସାଂଘାତିକ ଅଭିଯୋଗକୁ ନେଇ ଶିଳ୍ପଠୁ ଆରମ୍ଭ କରି ରାଜନୀତି ଜଗତରେ ସବୁଠି ହଇଚଇ ସୃଷ୍ଟି ହୋଇଛି । ଦେଶରେ ସୌର ଶକ୍ତି ଚୁକ୍ତି ହାସଲ କରିବାକୁ ସରକାରୀ ଅଧିକାରୀଙ୍କୁ କୁଆଡେ ଅଦାନୀ ୨୧ଶହ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି । ଏହା ସହିତ ଓଡିଶାରେ ମଧ୍ୟ ସୌରଶକ୍ତି ଯୋଗାଣ ଲାଗି ଶିଳ୍ପପତି ଗୌତମ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିଲେ । ତେବେ ଏହାକୁ ନେଇ ରାଜ୍ୟରେ କୌଣସି ରାଜନୈତିକ ମୁହଁ ଖୋଲୁନାହାନ୍ତି । ୨୦୨୧ ଜୁଲାଇ ଓ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଜାମ୍ମୁ କାଶ୍ମୀର, ତାମିଲନାଡୁ ଓ ଛତିଶଗଡ଼ରେ ବିଦ୍ୟୁତ ବଣ୍ଟନ କମ୍ପାନୀଠାରୁ ବିଦ୍ୟୁତ ଯୋଗାଣ କାମ ପାଇବା ଲାଗି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି |

author

Related Articles

Leave a Reply

Your email address will not be published. Required fields are marked *