ଗ୍ରାମ ପ୍ରତି ୨୫୦ ଟଙ୍କା ହ୍ରାସ ପାଇଲା ସୁନା

ଗ୍ରାମ ପ୍ରତି ୨୫୦ ଟଙ୍କା ହ୍ରାସ ପାଇଲା ସୁନା

ସୁନା ଦରରେ ଆସିଲା ପରିବର୍ତ୍ତନ । ଗ୍ରାମ ପ୍ରତି ୨୫୦ ଟଙ୍କା ହ୍ରାସ ପାଇଲା ସୁନା । ଆଜି ସଂସଦରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିଥିଲେ । ବଜେଟ ଉପସ୍ଥାପନା ପରେ ସୁନା ଦରରେ ପରିବର୍ତନ ଆସିଛି । ସକାଳେ ସୁନା ଗ୍ରାମ ପ୍ରତି ୬ ହଜାର ୭୪୫ ଟଙ୍କା ରହିଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ ଘଟି ଗ୍ରାମ ପିଛା ୨୫୦ ଟଙ୍କା ହ୍ରାସ ପାଇଛି । ଏବଂ ଏବେ ସୁନା ଗ୍ରାମ ପ୍ରତି ୬ ହଜାର ୪୯୫ ଟଙ୍କା ରହିଥିବା ସୂଚନା ମିଳିଛିା ସକାଳେ ୧୦ ଗ୍ରାମ ସୁନାର ଦାମ ୬୭ ହଜାର ୪୫୦ ଟଙ୍କା ରହିଥିବା ବେଳେ ଏବେ ସୁନାର ଦାମ ୬୪ ହଜାର ୯୫୦ ଟଙ୍କା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *