ଘନ କୁହୁଡି ବଳୟରେ ରାଜଧାନୀ ଦିଲ୍ଲୀ

ଘନ କୁହୁଡି ବଳୟରେ ରାଜଧାନୀ ଦିଲ୍ଲୀ

ଘନ କୁହୁଡି ବଳୟରେ ଭାରତର ରାଜଧାନୀ । ପ୍ରବଳ ଥଣ୍ଡା ସାଙ୍ଗକୁ ଆଜି ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ପଡ଼ିଥିଲା। ଦିଲ୍ଲୀରେ ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ସହିତ ଚଳିତ ଶୀତଋତୁରେ ଆଜିର ସକାଳଟି ଦିଲ୍ଲୀ ପାଇଁ ଥିଲା ସବୁଠୁ ଥଣ୍ଡା ସକାଳ। ଲୋଧି ରୋଡ୍ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଦିଲ୍ଲୀ ଓ ଏନ୍ସିଆରର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା। ଫଳରେ ରାସ୍ତାଘାଟରେ କିଛି ଦୃଶ୍ୟମାନ ହେଉ ନଥିଲା। ଦୃଶ୍ୟମାନ ଦୂରତା ଶୂନକୁ ଖସି ଯାଇଥିଲା।

ଘନ କୁହୁଡ଼ି ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀ ଆସୁଥିବା ୨୨ଟି ଟ୍ରେନ୍ ବିଳମ୍ବରେ ଚାଲୁଛନ୍ତି। ସେହିପରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଗତକାଲି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଜ୍ଞାନ ବିଭାଗର ଆକଳନ ଅନୁଯାୟୀ ଉତ୍ତରପଶ୍ଚିମ ଭାରତର ଅନେକ ଅଞ୍ଚଳରେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବା ସହିତ କୁହୁଡ଼ି ମଧ୍ୟ ପଡ଼ିବ।

author

Related Articles

Leave a Reply

Your email address will not be published. Required fields are marked *