ଘନ କୁହୁଡି ସାଙ୍ଗକୁ ଶୀତୁଆ ପବନରେ ଥରୁଛି ସାରା ଓଡିଶା

ଘନ କୁହୁଡି ସାଙ୍ଗକୁ ଶୀତୁଆ ପବନରେ ଥରୁଛି ସାରା ଓଡିଶା

ରାଜ୍ୟକୁ ଫେରୁଛି ଶୀତ । ଉପାନ୍ତରୁ ଉପକୂଳ ସବୁଠି ଖସିଛି ପାରଦ । ଘନ କୁହୁଡି ସାଙ୍ଗକୁ ଶୀତୁଆ ପବନରେ ଥରୁଛି ସାରା ଓଡିଶା । ବଙ୍ଗୋପସାଗର ପାଶ୍ୱର୍ବର୍ତି ଓଡିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘନ କୁହୁଡିର ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ୮ଟି ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।


ସେହିପରି ୩୧ ତାରିଖରୁ ପୁଣି ଭିଜିବ ଓଡିଶା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *