ତେଲେଙ୍ଗାନାରୁ ଆସିଛି ଏକ ହୃଦୟବିଦାରକ ଖବର ।୪ ଦିନ ପରେ ପୋଲିସ ଖବର ପାଇ ସେଠାରେ ପହଞ୍ଚିବା ବେଳକୁ ବାପା, ମାଆ ଅର୍ଦ୍ଧ ଚେତନା ଅବସ୍ଥାରେ ପଡିଥିଲେ ।ଏହାକୁ ନେଇ ପୋଲିସ ଘର ଭିତରେ ଯାହା ଦେଖିଲା ତାର ହୋସ ଉଡିଯାଇଥିଲା ।ଘର ଭିତରେ ଗୋଟିଏ ବିଛଣାରେ ୩୦ ବର୍ଷୀୟ ପୁଅର ଗଳିତ ମୃତଦେହ ପଡିଥିଲା । ଅନ୍ୟ ଏକ ଯାଗାରେ ବୃଦ୍ଧ ଦମ୍ପତି ବେହୋସ ହୋଇ ପଡିଥିଲେ । ପୋଲିସ ମୁତାବକ, କେ ରମଣା (୬୫) ଓ କେ ଶାନ୍ତା କୁମାରୀ (୬୦) ଏକ ଅନ୍ଧ ଦମ୍ପତି । ଶ୍ରବଣ କୁମାର ପରି ପ୍ରମୋଦ ବାପା ମାଆଙ୍କ ସବୁ କଥା ବୁଝୁଥିଲେ ।ତା ପରେ ପ୍ରମୋଦଙ୍କ ଖବର ନ ଥିଲା ।ଅନ୍ଧ ଓ ପଙ୍ଗୁ ବାପା ମାଆଙ୍କ ପାଇଁ ପୁଅକୁ ଖୋଜି ଯିବା କି ଅନ୍ୟ କାହାକୁ ଡାକିବା ସମ୍ଭବ ନ ଥିଲା । ସେମିତି ଦମ୍ପତି ପୁଅର ମୃତଦେହ ସହ ସେହି ଘରେ ରହିଥିଲେ ।
You can share this post!
author
Related Articles
ସାବାଡ ହେବେ ଅମାନିଆ ମୋ ବସ୍ ଡ୍ରାଇଭର
- November 6, 2024
କାହିଁକି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମୋହନ !
- November 6, 2024
ଆକ୍ସନ ମୁଡରେ ନବୀନ; ସୋସିଆଲ ମିଡିଆରେ ଦେଲେ କଡା ଜବାବ
- November 6, 2024