ଘରେ ପୋଷା କୁକୁର ରଖିବା ଉପରେ ଲାଗିଲା ବ୍ୟାନ

ଘରେ ପୋଷା କୁକୁର ରଖିବା ଉପରେ ଲାଗିଲା ବ୍ୟାନ

ଘରେ ପୋଷା କୁକୁର ରଖିବା ଉପରେ ବ୍ୟାନ ଲଗାଇଲେ କେନ୍ଦ୍ର ସରକାର । ଏଣିକି ମଣିଷ ପ୍ରତି ବିପଦ ଥିବା ପ୍ରଜାତିର କୁକୁରଙ୍କ ବିକ୍ରି, ପ୍ରଜନନ ଏବଂ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଖାସ କରି ପିଟବୁଲ, ରଟୱାଇଲର୍, ଟେରିୟର ଏବଂ ମାଷ୍ଟିଫ୍ ପ୍ରଜାତିର କୁକୁରଙ୍କୁ ଘରେ ରଖିବା ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି । ଗତକାଲି କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ପଠାଯାଇଛି । ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଟବୁଲ, ରଟୱାଇଲର୍, ବୁଲ୍ଫ, ଟେରିୟର ଏବଂ ମାଷ୍ଟିଫ୍ ଭଳି କେତେକ ପ୍ରଜାତିର କୁକୁରଙ୍କ ରହଣୀ, ବିକ୍ରି ଓ ପ୍ରଜନନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

author

Related Articles

Leave a Reply

Your email address will not be published. Required fields are marked *