ଘରୋଇ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ…

ଘରୋଇ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ…

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଦଳୀୟ କର୍ମୀମାନେ ଶୁଣିଥିବେ କିନ୍ତୁ ଏକ ଘରୋଇ ଚ୍ୟାନେଲ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ନିର୍ବାଚନ କମିଶନଙ୍କ କଟକଣା ସତ୍ୱେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ନିୟମକୁ ଉଲ୍ଲଂଘନ କରି ବୁଥ ବାହୁଡ଼ା ମତକୁ ପ୍ରସାରଣ କରିଥିବା ଅଭିଯୋଗ କରିଥିଲା ବିଜେପି । ନିର୍ବାଚନ ସରିବା ଆଗରୁ ଏକଜିଟ୍ ପୋଲ ପ୍ରସାରଣ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଭାରତୀୟ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ଦେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ରହିଛି । ଏନେଇ ତଦନ୍ତ ସହ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

author

Related Articles

Leave a Reply

Your email address will not be published. Required fields are marked *