ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ଚଳାନ୍ତୁ ସରକାର

ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ଚଳାନ୍ତୁ ସରକାର

ଆସନ୍ତାକାଲି ବସ ସଂଘ ଧର୍ମଘଟ ଡାକରା ଦେଇଛି । ଏହାପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ସହ ବୈଠକ ଚାଲିଛି । ବସ ସଂଘର ସଦସ୍ୟ ବୈଠକରେ ଉପସ୍ଥିତ ରହିଥିବା ଜଣାପଡିଛି । ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି । ରବିବାର ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ସରକାର ଆଲୋଚନାକୁ ଡାକିଲେ ନାହିଁ କି ଉଠାଯାଇଥିବା ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ତେଣୁ ଦାବି ପୂରଣ ନ ହେବା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି ଘରୋଇ ବସ ମାଲି ସଂଘ । ବସ ମାଲିକଙ୍କ ଦାବି ହେଉଛି, ନୂଆ ବସ ଅଣାନଯାଇ ଘରୋଇ ବସକୁ ‘ଲକ୍ଷ୍ମୀ’ ଯୋଜନାରେ ଲିଜରେ ନେଇ ସରକାର ଚଳାନ୍ତୁ । ‘ଲକ୍ଷ୍ମୀ’ ବସ ଚାଲିବାକୁ ଥିବା ଅଂଚଳରେ ସମୟ ନିର୍ଘଣ୍ଟ ସ୍ଥିର ହେଉ ।

author

Related Articles

Leave a Reply

Your email address will not be published. Required fields are marked *