ଘର ଛାଡିଲେ ବଲିଉଡର ଦେଶୀ ଗାର୍ଲ

ଘର ଛାଡିଲେ ବଲିଉଡର ଦେଶୀ ଗାର୍ଲ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ନିଜ ସ୍ୱାମୀ ନିକ୍ ଜୋନସଙ୍କ ସହ ଆମେରିକାର ଲସ୍ ଏଞ୍ଜେଲସରେ ରୁହନ୍ତି । ଏହି କ୍ରମରେ ପ୍ରିୟଙ୍କାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ପ୍ରିୟଙ୍କା ଓ ନିଜ ତାଙ୍କ ସ୍ୱପ୍ନର ଘରକୁ ନେଇ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ବର୍ତ୍ତମାନ ସେ ତାକୁ ଖାଲି କରିଦେଇଛନ୍ତି । ଏଥିସହିତ ସେ ଘର କିଣିଥିବା ବ୍ୟକ୍ତିଙ୍କ ବିରୁଧରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ ୨୦୧୯ ମସିହାରେ ୧୬୬ କୋଟି ଦେଇ ନିଜ ଡ୍ରିମ୍ ହାଉସ କିଣିଥିଲେ । କିନ୍ତୁ ଏହି ଘରେ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । କାନ୍ଥରୁ ପାଣି ଝରିବା ସହ ଉଇ ଲାଗିବା ସମସ୍ୟା ଦେଖାଦେବାରୁ ସେ ଘର ଛାଡିବା ସହ ଘର ଯେଉଁ ପ୍ରପର୍ଟି ଡିଲର ଠାରୁ ଘର କିଣିଥିଲେ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ସେ କହିଛନ୍ତି ଯେ,ଯେଉଁ ପ୍ରପର୍ଟୀ ଡିଲରଙ୍କୁ ଠାରୁ ସେ ଘର କିଣିଛନ୍ତି ସେ ତାଙ୍କୁ ଭଲ ଘର କହି ଠକି ଦେଇଛନ୍ତି । ଘରର କାନ୍ଥରୁ ପାଣି ଝରୁଛି । କାନ୍ଥରେ ଉଇ ମଧ୍ୟ ଲାଗୁଛି । ଏଭଳି ଘରେ ରହିଲେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିବ । ଏପରିକି କାନ୍ଥର ମରାମତି ମଧ୍ୟ ଆମେ କରାଇଛୁ । ହେଲେ ଯେଉଁ ସମସ୍ୟାକୁ ସେଇ ସମସ୍ୟା । ଏଥିପାଇଁ ପ୍ରିୟଙ୍କା କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି । ସେ ଖର୍ଚ୍ଚ କରିଥିବା ସମସ୍ତ ଅର୍ଥ ତାଙ୍କୁ ଫେରାଇବା ଉଚିତ୍ ବୋଲି ମୋକଦ୍ଦମାରେ ଦାୟର କରିଛନ୍ତି । ଏବଂ ନିଜର ଡ୍ରିମ୍ ହାଉସ ଛାଡି ଆଉ ଏକ ଘରକୁ ସିଫ୍ଟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *