ଘର ବାହୁଡିବେ ସୁର ରାଉତରାୟ !

ଘର ବାହୁଡିବେ ସୁର ରାଉତରାୟ !

ଖୁବଶୀଘ୍ର ଘର ବାହୁଡିବେ ଭେଟେରାନ ନେତା ସୁରେଶ ରାଉତରାୟ । ପୁଣି ଥରେ ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିବେ ସୁର ରାଉତରାୟ । ହଁ ଆଜ୍ଞା, ଦିନକୁ ଦିନ ବଦଳିବାରେ ଲାଗିଛି ସୁରଙ୍କ ଆଭିମୁଖ୍ୟ । ନିର୍ବାଚନ ପୂର୍ବରୁ ପୁତ୍ର ମୋହରେ ଅନ୍ଧ ହୋଇ ସୁର ବିଜେଡି ଆଡକୁ ଢଳିଥିଲେ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହେଲା ପରେ ସୁର ମଧ୍ୟ ବିଜେଡି ସହ ଜଡିତ ହୋଇଥିଲେ । କଂଗ୍ରେସ ଛାଡି ବିଜେଡି ନେତାଙ୍କ ସହ ନଜର ଆସୁଥିଲେ । ଏପରିକି ଯିଏ ସବୁବେଳେ କହୁଥିଲେ ଯେ, କଂଗ୍ରେସରେ ହିଁ ତାଙ୍କ ଜନ୍ମ ଏବଂ କଂଗ୍ରେସରେ ହିଁ ତାଙ୍କ ମୁୃତ୍ୟୁ ହେବ ବୋଲି କିନ୍ତୁ ଚଳିଚ ନିର୍ବାଚନରେ ନିଜେ କହିଥିବା କଥାକୁ ଭୁଲ ପ୍ରମାଣିତ କରିଥିଲେ ସୁର । ବଡ ପୁଅ କଂଗ୍ରେସରେ ଥାଉ ଥାଉ ସାନ ପୁଅ କିପରି ଜିତିବ ସେନେଇ ନିଜ ପରମ ପ୍ରତିଦ୍ୱନ୍ଦୀ ବିଜେଡି ପାଇଁ ପ୍ରଚାର କଲେ । ଯେଉଁ କାରଣରୁ କଂଗ୍ରେସରୁ ତାଙ୍କୁ ବାରମ୍ବାର କାରଣ ଦର୍ଶାଅ ନୋଟିସ ଜାରି କରାଗଲା । କିନ୍ତୁ ସୁର ନବଦଳିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଗଲା । ୬ ବର୍ଷ ପାଇଁ ଏଆଇସିସି ପକ୍ଷରୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା । କିନ୍ତୁ ସୁର ଏହାକୁ ନଜର ଅନ୍ଦାଜ କରିଥିଲେ । ତାଙ୍କର କିଛି ଭୁଲ ନାହିଁ ବୋଲି କହିବା ସହ ଏବେ ସେ ବିନ୍ଦାସରେ ପୁଅ ପାଇଁ ପ୍ରଚାର କରିବେ ବୋଲି ମତବ୍ୟକ୍ତ କରିଥିଲେ । କିନ୍ତୁ ଏବେ ପୁଅ ହାରିବା ପରେ ସେ ପୁଣି ଥରେ କଂଗ୍ରେସକୁ ଫେରିବା ପାଇଁ ମନ ବଳାଇଥିବା ସୂଚନା ମିଳୁଛି । ରଥ ଯାତ୍ରା ପରେ ସେ ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କୁ ଭେଟି କଣ ପାଇଁ ତାଙ୍କୁ ବହିଷ୍କୃତ କରାଗଲା ସେ ସମ୍ପର୍କରେ ଆଲୋଚନା କରିବା ସହ ବହିଷ୍କୃତ ହଟାଇବା ପାଇଁ ନିବେଦନ କରିବେ ବୋଲି ଚର୍ଚ୍ଚା ଚାଲିଛି । ଯାହାକୁ ନେଇ ଏବେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏବଂ ତାଙ୍କୁ ବିଭିନ୍ନ ସମାଲୋଚନା ମଧ୍ୟ କରାଯାଉଛି । ତେବେ ଦେଖାଯାଉ ଦିଲ୍ଲୀର ଶୀର୍ଷ ନେତୃତ୍ୱମାନେ ସୁରଙ୍କୁ ନେଇ କଣ ନିଷ୍ପତ୍ତି ନେଉଛନ୍ତି ଏବଂ ସେ ପୁଣି କଂଗ୍ରେସ ଭବନର ମାଟି ମାଡି ପାରୁଛନ୍ତି ନା ନାହିଁ ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *