ଜିରବାମ ଜିଲ୍ଲାରେ ୬ଜଣଙ୍କୁ ଅପହରଣ କରିବା ଏବଂ ପରେ ୩ ଜଣଙ୍କ ମୃତଦେହ ମିଳିବା ପରେ ଇମ୍ଫାଲ ଅଂଚଳରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଲୋକେ .ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଏବଂ ୬ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ଲୋକେ . ମୁଖ୍ୟମନ୍ତ୍ରୀଙ୍କ ସମତେ ୩ ବିଧାୟକଙ୍କ ଘରେ ଆକ୍ରମଣ କରି ଜଳାପୋଡ଼ା କରିବା ସହିତ ଆସବାବପତ୍ର ଭାଙ୍ଗି ଦେଇଥିଲେ ଲୋକେ .
ତେବେ ଶନିବାର ଦିନ ବିକ୍ଷୋଭକାରୀମାନେ ଇମ୍ଫାଲରେ ମନ୍ତ୍ରୀ ଏବଂ ବିଧାୟକଙ୍କ ଘର ଉପରେ ଆକ୍ରମଣ କରି ଜାଳିଦେବା ପରେ ମଣିପୁର ହିଂସାରେ ତୀବ୍ର ହୋଇ ଉଠିଥିଲା. ଜିରବାମ ନଦୀରୁ ତିନି ଜଣ ମହିଳା ଏବଂ ତିନି ଜଣ ଶିଶୁଙ୍କ ସମେତ ଛଅଟି ମୃତଦେହ ଉଦ୍ଧାର କରାଯିବା ପରେ ଏହି ଘଟଣା ଘଟିଥିଲା . ରାଜ୍ଯ଼ ସରକାର ଏନେଇ ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ ବିଷ୍ଣୁପୁର ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରିଛନ୍ତି .
ତେବେ ନଭେମ୍ବର ୧୧ରେ ସୁରକ୍ଷା ବାହିନୀ ଦ୍ୱାରା ୧0 ହମାର ପୁରୁଷଙ୍କୁ ହତ୍ଯ଼ା କରାଯାଇଥିଲା . ସୁରକ୍ଷା ବାହିନୀ ମୃତକମାନଙ୍କୁ ଆତଙ୍କବାଦୀ ବୋଲି ବର୍ଣ୍ଣନା କରିଥିବାବେଳେ କୁକି-ଜୋ ସମ୍ପ୍ରଦାୟ କହିଛନ୍ତି ଯେ ସେମାନେ ଗାଁର ସ୍ୱେଚ୍ଛାସେବୀ ଥିଲେ. ପୀଡ଼ିତମାନଙ୍କ ମଧ୍ଯ଼ରେ ଜଣେ ୨୫ ବର୍ଷୀୟା ମହିଳା ଏବଂ ତାଙ୍କର ଦୁଇ ଛୋଟ ପିଲା, ଜଣେ ୩୧ ବର୍ଷୀୟା ମହିଳା ଏବଂ ତାଙ୍କ ଝିଅ ଏବଂ ଜଣେ ୬0 ବର୍ଷୀୟା ମହିଳା ଅଛନ୍ତି.