ଘର ଭିତରୁ ଲୁଟିନେଲେ ଚାରିଭରି ସୁନା ଓ ଲକ୍ଷାଧିକ ଟଙ୍କା

ଘର ଭିତରୁ ଲୁଟିନେଲେ ଚାରିଭରି ସୁନା ଓ ଲକ୍ଷାଧିକ ଟଙ୍କା

କାମାକ୍ଷାନଗର || ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚୋରି ଡକାୟତି ଦିନକୁ ଦିନ ବଢ଼ିଚାଲିି ଥିବାବାବେଳେ, ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପ୍ରତି ପ୍ରଶାସନ ର ତିଳେ ମାତ୍ର ଚିନ୍ତା ଥିବା ଦେଖିବାକୁ ମିଳୁନାହିଁ, ଯାହାର ଜ୍ୱଳନ୍ତ ଊଦାହରଣ ଦେଖିବାକୁ ମିଳିଛି ୱାର୍ଡ ନମ୍ବର ୨ ର କୋକ୍ଣ ସାହି ରୁ ଭୁବନ ମହିଳା ମହାବିଦ୍ୟାଳୟ କୁ ଦେଇ ଯାଇଥିବା ମୁଖ୍ୟ ରାସ୍ତା କଡ଼ରୁ ।

ସୂଚନାରୁ ଜଣା ପଡ଼ିଛି କାଳନ୍ଦୀ ଚରଣ ସାହୁ ବୟସ ୪୨ ବର୍ଷ ପୁରୀ ବୁଲିବାକୁ ଯାଇଥିବା ବେଳେ ବାସଘରେ ସମୁଦାୟ ସାତ ଜଣ ସୋଇଥିଲେ । ଯାହାର କି ସୁଯୋଗ ନେଇଥିଲେ ଚୋର। ଘରେ ସମସ୍ତେ ସୋଇଥିବା ସମୟରେ ଘର ଝରକା ଭାଙ୍ଗି ନେଇଗଲେ ୪ ଭରି ସୁନା ଏବଂ ଲକ୍ଷ୍ୟାଧିକ ଟଙ୍କା। ତେବେ ଆଜି ସକାଳେ ଭୁବନ ପୋଲିସ ଖବର ପାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *