ଘର ମୁହାଁ ହେଲେଣି ସୌମ୍ୟବାବୁ

ଘର ମୁହାଁ ହେଲେଣି ସୌମ୍ୟବାବୁ


ରାଜନୀତିରେ ପୁଣି ଥରେ ଚର୍ଚ୍ଚାକୁ ଆସିଲେଣି ସୌମ୍ୟବାବୁ । ଯିଏ ଦିନେ ସମ୍ପାଦକ ପୃଷ୍ଠାରେ ଶାସକ ଦଳ ବିରୋଧରେ କହିବାକୁ ଥକୁ ନଥିଲେ ଆଜି ସମ୍ପାଦକ ପଦ ଛାଡିଲେ । କଲମ ଛାଡି କୁଆଡେ ଯିବେ ସୌମ୍ୟବାବୁ । ଧମକ ପରେ ଧମକ ଦେଇଚାଲିଲେ କିନ୍ତୁ କଣ ହେଲା ଏବେ ଚୁପ ବସିଛନ୍ତି । ସମ୍ପାଦନା ଛାଡ ପଦ୍ମ ଶରଣରେ ପଶିଲେଣି ସୌମ୍ୟବାବୁ । ଶାସକ ଦଳ ସ୍ୱାର୍ଥ ସାଧନ କଲେ ନାହିଁ ବୋଲି କେନ୍ଦ୍ର ମୁହାଁ ହୋଇ ଦିଲ୍ଲୀ ଗଲେ । ସେଠୁ ପ୍ରତିଶ୍ରୁତି ମଧ୍ୟ ମିଳିଛି । ବିଶ୍ୱଭୂଷଣଙ୍କ କାର୍ଯ୍ୟକାଳ ଶେଷ ହେବା ମାତ୍ରେ ସୌମ୍ୟବାବୁଙ୍କୁ ରାଜ୍ୟପାଳ କରାଯିବ । ହଁ ଆଜ୍ଞା ଖଣ୍ଡପଡା ବିଧାୟକ ସୌମ୍ୟବାବୁ ଖୁବ୍ ଶ୍ରୀଘ୍ର ବିଜେପି ରେ ମିଶିବେ । ଏହା ଆମେ କହୁନି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହୁଛନ୍ତି ସୌମ୍ୟବାବୁ ଅମିତ ଶାହାଙ୍କ ଶରଣକୁ ଯାଇ ଦଳରେ ମିଶିଯିବେ । ତେବେ ବିଜେପିରେ ମିଶି ରାଜ୍ୟପାଳ ହେବେ ବୋଲି ଚର୍ଚ୍ଚା ହେଲାଣି । ବିଜେପିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସୌମ୍ୟବାବୁ ପୁଣି ବିଜେପିରେ ମିଶିବେ । ୮୦ଦଶକରେ ବିଜେପିରେ ଦବଦବା ସୃଷ୍ଟି କରିଥିବା ସୌମ୍ୟବାବୁଙ୍କର ଏବେ ବି କେନ୍ଦ୍ର ସହ ରହିଛି ଭଲ ସମ୍ପର୍କ । ପରେ ବିଜେପ ଦଳ ଛାଡିଥିବା ସୌମ୍ୟବାବୁ ଏବେ ଘର ମୁହାଁ ହେବେ । ସୌମ୍ୟଙ୍କ ବିରୋଧରେ ଆଲୋଚନା ପ୍ରର୍ଯ୍ୟାଲୋଚନାରେ ଏବେ ଫୁଲଷ୍ଟପ ପଡିବ ବୋଲି ଶୁଣିବାକୁ ମିଳୁଛି । ଶାସକ ଦଳର ଉପସଭାପତି ପଦରୁ ବହିଷ୍କାର ହେଲା ପରେ ସମ୍ଭାଦ ସମ୍ପାଦକ ପଦରୁ ନିଜେ ଇସ୍ତଫା ଦେଲେ । ଏବେ ଦିଲ୍ଲୀରୁ ଅନୁମତି ଆସିଲେ ରାଜ୍ୟପାଳ ପଦବୀ ମିଳିବ ବୋଲି ସୂଚନା ମିଳୁଛି । ଦଳ ବିରୋଧରେ କହିବା ବେଳେ ସୌମ୍ୟଙ୍କୁ ଅନେକ ବିଜେପି ନେତା ସହଯୋଗ କରିଥିଲେ ତଥା ସମ୍ବାଦ ବର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ଯୋଗଦେବା କେତେ କଣ ବୁଝେଇ ଦେଉଛି । ତେବେ ଏସବୁ ଭିତରେ ଶାସକ ଦଳକୁ ଚ୍ୟାଲେଂଜ କରିଥିବା ସୌମ୍ୟବାବୁ ପଳାତକ ହୋଇଗଲେ । ତେବେ ଦେଖିବାକୁ ବାକି ରହିଲା ସୌମ୍ୟବାବୁ ବିଜେପି ରେ ମିଶିବା ରାଜ୍ୟପାଳ ହେବେ କଥା କେତେ ଦ୍ୱର ସତ ନାଁ ସ୍ୱତଃ ଭାବେ ଶାସକ ଦଳ ବିରୋଧରେ ମଙ୍ଗ ଧରିବେ ସୌମ୍ୟବାବୁ ।
ଡିମ୍ପଲ ସ୍ୱାଇଁ ରିର୍ପୋଟ ରିଓ ନ୍ୟୁଜ

author

Related Articles

Leave a Reply

Your email address will not be published. Required fields are marked *