ଘଷିପୁରାରେ ବଦ୍ରିଙ୍କ ଦାଦାଗିରି !

ଘଷିପୁରାରେ ବଦ୍ରିଙ୍କ ଦାଦାଗିରି !

ଉଷ୍ଣ ହେଉଛି ଓଡିଶା ରାଜନୀତି । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ଆଗାମୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ଜୋରସୋର ରାଲି ଚାଲିଛି । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ହିଂସାକାଣ୍ଡ ମଧ୍ୟ ଘଟୁଛି । ଠିକ ସେହିପରି ଘଷିପୁରାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଦାଦାଗିରି ଦେଖିବାକୁ ମିଳିଛି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଲିକୁ ଅଶ୍ଳୀଳ ଭାଷାରେ କଲେ ଗାଳିଗୁଲଜ । ଘଷିପୁରା ବ୍ଲକ ତରିମୁଳ ପଞ୍ଚାୟତର କଣ୍ଟାରୋହି ଛକରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ସୌମ୍ୟରଞ୍ଜନଙ୍କ ପ୍ରଚାର ଗାଡି ସାମ୍ନାରେ ରାସ୍ତା ରୋକ କରି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ତା ସହିତ ବିଜେଡି ପତାକା ଉଡେଇ ନାରାବାଜି କରିବା ସହ ସୌମ୍ୟଙ୍କ ସମର୍ଥକଙ୍କୁ ଡରେଇବାକୁ ଉଦ୍ୟମ କରିଥିଲେ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ରାଲି କରୁଥିବା ସମରେ ବିଚ୍ ରାସ୍ତାରେ ଖୁଲମ୍ ଖୁଲା ଗୁଣ୍ଡାଗର୍ଦ୍ଦି କରିଛନ୍ତି ବଦ୍ରିଙ୍କ ସମର୍ଥକ ।

author

Related Articles

Leave a Reply

Your email address will not be published. Required fields are marked *