ଘଷିପୁରାରେ ସୌମ୍ୟଙ୍କ ବଡ ବୟାନ

ଘଷିପୁରାରେ ସୌମ୍ୟଙ୍କ ବଡ ବୟାନ

ନିର୍ବାଚନରେ ହାରିବା, ଜିତିବା ବଡ଼କଥା ନୁହେଁ। ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ଅଞ୍ଚଳର ବିକାଶ କରିବା ହିଁ ପ୍ରକୃତ ରାଜନୀତି। ଘସିପୁରାରେ ହିଁ ମୋର ଶେଷ ରାଜନୀତି। ଜୀବନସାରା ଘସିପୁରା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହିତ ରହିବି ବୋଲି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଙ୍ଗଳ ବାର ଦିନ ଘସିପୁରା ବ୍ଲକ୍ ଖଲଣା ଗ୍ରାମର ସାଲକା ମିଲ୍‌ରେ ଅନୁଷ୍ଠିତ ଏକ କର୍ମୀ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠିତ ସଭାରେ ଶ୍ରୀ ପଟ୍ଟନାୟକ ଯୋଗଦେଇ ଚଳିତ ନିର୍ବାଚନର ମାତ୍ର ଅଳ୍ପଦିନ ପୂର୍ବରୁ ସେ ଘସିପୁରାରେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଥିଲେ । ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇଥିବା ଘସିପୁରାରର ଜନସାଧାରଣଙ୍କୁ ସେ ଧନ୍ୟବାଦ ଦେଇଥିଲେ । ତାଙ୍କ ପାଇଁ ପାର୍ଟି ବଡ଼ ନୁହେଁ ମାଟି ବଡ଼ ସହ ଏବେ କୌଣସି ରାଜନୈତିକ ଦଳକୁ ଯିବାର ପ୍ରଶ୍ନ ଉଠୁନଥିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସମସ୍ତ ପଞ୍ଚାୟତରେ ନିର୍ବାଚନ ଲଢ଼ିବାକୁ ନିଜ ସମର୍ଥକମାନଙ୍କୁ ସଂକେତ ଦେଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *