ଘଷିପୁରାରେ ସୌମ୍ୟଙ୍କ ଶକ୍ତି ପ୍ରଦର୍ଶନ

ଘଷିପୁରାରେ ସୌମ୍ୟଙ୍କ ଶକ୍ତି ପ୍ରଦର୍ଶନ

କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିସାରିବା ପରେ ସେ ଏବେ ପ୍ରଚାର ମଇଦାନରେ । ନିଜର ଜୋରସୋର ପ୍ରଚାର ଚଳାଇଛନ୍ତି । ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ ଦୁର୍ନୀତି ଓ ହିଂସା ମୁକ୍ତ ରାଜନୀତି ତାଙ୍କର ମୂଳ ପ୍ରସଙ୍ଗ ବୋଲି କହିଛନ୍ତି । ଘସିପୁରାବାସୀ ବର୍ତ୍ତମାନ ହିଂସା ଓ ଦୁର୍ନୀତିରେ ଭୟଭୀତ ହୋଇ ରହିଛନ୍ତି । ତାଙ୍କୁ ଏଇ ପରିସ୍ଥିତିରୁ ମୁକ୍ତ କରି ସ୍ୱାଭାବିକ ଜୀବନଯାପନ କରାଇବା ପାଇଁ ସେ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଛନ୍ତି ସୌମ୍ୟରଞ୍ଜନ । ବିଶାଳ ବାଇକ ରାଲିରେ ବାହାରି ନିଜର ପ୍ରଚାରକୁ ଜୋରଦାର କରିଛନ୍ତି ସୌମ୍ୟରଞ୍ଜନ । ଢେଙ୍କିକୋଟ ଜୋନର ବିଭିନ୍ନ ପଞ୍ଚାୟତରେ ସେ ପ୍ରଚାର କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *